mission shakti banner

ଜାପାନରେ ୫.୪ ତୀବ୍ରତାର ଭୂକମ୍ପ ଅନୁଭୂତ

BSKY banner  750×100
0

ଟୋକିଓ: ଜାପାନର କ୍ୟୁଶୁ ଦ୍ବୀପର ଦକ୍ଷିଣ-ପୂର୍ବ ତଟ ସ୍ଥିତ ମିୟାଜାକି ପ୍ରାନ୍ତରରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ପ୍ରାଥମିକ ତୀବ୍ରତା ୫.୪ ରହିଥିବା ଜଣାପଡିଛି। ଜାପାନ ମୌସୁମୀ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ବୁଧବାର ସକାଳ ୯.୧୧ରେ ଅନୁଭୂତ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହ୍ୟୁଗାନାଡା ସମୁଦ୍ର ମଧ୍ୟରେ ରହିଛି। ତେବେ ଭୂକମ୍ପ ପରବର୍ତ୍ତୀ ସୁନାମି ସତର୍କତା ସୂଚନା ଜାରି କରାଯାଇ ନାହିଁ। ଭୂକମ୍ପ ଯୋଗୁ କୌଣସି ଧନ ଜୀବନ କ୍ଷତି ହୋଇ ଥିବା ମିଳିନାହିଁ।

Leave A Reply