www.samajalive.in
Saturday, December 6, 2025
19.1 C
Bhubaneswar

ଜାଣନ୍ତୁ କେଉଁ କାରଣରୁ କପୋତଙ୍କୁ ଦାନା ଖୁଆଇବା ଉଚିତ

ଶାସ୍ତ୍ରରେ କପୋତ ମାନଙ୍କୁ ଦାନା ଖୁଆଇବାର ଅନେକ ଲାଭ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି କାରଣରୁ ବହୁ ଲୋକେ ପାରା ମାନଙ୍କୁ ଦାନା ଖୁଆଇଥାଆନ୍ତି। ମାତ୍ର ପାରା ମାନଙ୍କୁ କେଉଁ କାରଣରୁ ଦାନା ଖୁଆଯାଏ , କେଉଁ ସମୟରେ ଓ କେଉଁ ସ୍ଥାନରେ ଦାନା ଦେବା ଉଚିତ ତାହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ ଏପରି କରିବାର କାରଣ କ’ଣ….
କପୋତ ମାନଙ୍କୁ ଦାନା ଖୁଆଇଲେ ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ସମସ୍ତ ପକ୍ଷୀ ନିରୀହ ଓ କୋମଳ , ଚଞ୍ଚଳ ଅଟନ୍ତି। ମାତ୍ର କପୋତ କମ ଚଞ୍ଚଳ ଓ ଅଧିକ କୋମଳ ଓ ନିରୀହ ଅଟେ। ଆମ ଶାସ୍ତ୍ରରେ କପୋତକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଏ। ଏହା ସହ କପୋତ ନିଜ ସାଥି ପାଇଁ ଖୁବ ସଚ୍ଚୋଟ ଅଟେ।
କପୋତ ରହିବାର ଧାର୍ମିକ ମହତ୍ତ୍ୱ –
କପୋତକୁ ମା’ଲକ୍ଷ୍ମୀଙ୍କ ଭକ୍ତ ଅଟନ୍ତି।
ତେଣୁ ଗୃହରେ କପୋତ ରହିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ।
ଏହା ସହ ଧନସମ୍ପତ୍ତିର ଅଭାବ ହୋଇନଥାଏ।
ସୁଖଶାନ୍ତିର ବାତାବରଣ ରହିଥାଏ।
କେଉଁ ଠାରେ କପୋତକୁ ଦାନା ଦେବା ଉଚିତ –
କପୋତକୁ ଦାନା ଖୁଆଇବା ଦ୍ୱାରା ପୁଣ୍ୟ ମିଳିଥାଏ, ମାତ୍ର ଏମାନଙ୍କୁ ନିଜ ଛାତ ଉପରେ ଦାନ ଖୁଆଇବା ଉଚିତ ନୁହେଁ। ସର୍ବଦା ନିଜ ଅଗଣାରେ ଏମାନଙ୍କୁ ଦାନା ଖୁଆଇବା ଉଚିତ।
ଏହା ପଛରେ ଏକ କାରଣ ରହିଛି। ଶାସ୍ତ୍ର ଅନୁଯାୟୀ, ଏପରି କରିବା ଦ୍ୱାରା ବ୍ୟକ୍ତିଙ୍କର ଜାତକରେ ରାହୁ ଓ ବୁଧଙ୍କ ସ୍ଥିତି ସଠିକ ରହିଥାଏ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories