www.samajalive.in
Sunday, December 7, 2025
15.1 C
Bhubaneswar

ଆତ୍ମବିଶ୍ବାସ ବୃଦ୍ଧିର କିଛି ସରଳ ଉପାୟ

ମନୁଷ୍ୟକୁ ସର୍ବଦା ନିଜ ଉପରେ ବିଶ୍ବାସ ରଖିବା ଉଚିତ। ନିଜ ଉପରେ ଆତ୍ମବିଶ୍ବାସ ରଖିବା ଦ୍ବାରା ମନୁଷ୍ୟ ସଫଳତାର ପାଦ ଦେଶରେ ପହଞ୍ଚପାରେ। ଏହାସହ ଆପଣଙ୍କ ଭିତରେ ଥିବା ଆତ୍ମବିଶ୍ବାସ ଅନ୍ୟ ବ୍ୟକ୍ତିଙ୍କ ସମ୍ମୁଖରେ ନିଜର ସଫଳତାକୁ ଦର୍ଶାଇବାରେ ସହାୟକ ହୋଇଥାଏ। ତେଣୁ କେବେ ବି ନିଜ ଉପରୁ ଆତ୍ମବିଶ୍ବାସ ହଟାଇବା ଉଚିତ ନୁହେଁ। ଆତ୍ମବିଶ୍ବାସ ହରାଇ ବସିଲେ ଅନ୍ୟ ବ୍ୟକ୍ତି ଆପଣଙ୍କୁ ଅସହାୟ କିମ୍ବା ସନ୍ଦେହ ଦୃଷ୍ଟିରେ ଦେଖିବେ। ନିଜ ଭିତରେ ଆତ୍ମବିଶ୍ବାସ ବୃଦ୍ଧି କରିବାର କିଛି ନିୟମ ରହିଛି। ଆସନ୍ତୁ ଜାଣିବା ସେସବୁ କ’ଣ ..

ନକରାତ୍ମକ ଚିନ୍ତାଧାରା ବଦଳାନ୍ତୁ :

- Advertisement -

ନକାରାତ୍ମକ ଚିନ୍ତାଧାରା ସର୍ବଦା ଆପଙ୍କୁ ଆଗକୁ ବଢିବାକୁ ଦେଇ ନ ଥାଏ। ଏପରି କ୍ଷେତ୍ରରେ ନିଜ ଉପରେ ଆତ୍ମବିଶ୍ବାସ ରଖିବା ଦ୍ବାରା ଯେକୌଣସି ପ୍ରତିଯୋଗିତା ମୂଳକ କାର୍ଯ୍ୟ କରିବାକୁ ସହଜ ହୋଇଥାଏ। ଯେକୌଣସି ଅସୁବିଧା ହେଉ ନା କାହିଁକି ନିଜ ଉପରେ ବିଶ୍ବାସ ରଖି ତାହା କରିବା ଦ୍ବାରା ସେହି କାମ ସହଜ ଓ ସୁରୁଖୁରୁରେ ହୋଇଯାଏ। ସର୍ବଦା ନିଜ ପ୍ରତି ଓ ନିଜ କାର୍ଯ୍ୟ ପ୍ରତି ସକାରାତ୍ମକ ଭାବନା ରଖିବା ଉଚିତ।

ନିଜ ପାଇଁ ସମୟ ବାହାର କରିବା ଉଚିତ :

ଜୀବନରେ କେବେ ବି ନିରାଶ ହେବା ଉଚିତ ନୁହେଁ। ଏହାସହ ଯେତେ କାମ ଥାଉ ନା କାହିଁକି ନିଜ ପାଇଁ କିଛି ସମୟ ବାହାର କରିବା ଉଚିତ। ଏପରି କରିବା ଦ୍ବାରା ଆପଣ ନିଜ ଭବିଷ୍ୟତ ସମ୍ବନ୍ଧରେ କିଛି ବିଚାର କରିପାରିବେ। ଭବିଷ୍ୟତ ବିଷୟରେ ଚିନ୍ତା କରିବା ଦ୍ବାରା ଆପଣଙ୍କ ଭିତରେ ଅଧିକ ଆତ୍ମବିଶ୍ବାସ ବୃଦ୍ଧି ପାଇଥାଏ। ନିଜ ପାଇଁ ସମୟ ବାହାର କରିବା ଦ୍ବାରା କିଛି ଉତ୍ତମ ଚିନ୍ତା ଧାରା ମନକୁ ଆସିଥାଏ। ଏହାଦ୍ବାରା ଆପଣଙ୍କ ମନରେ ନିଜ ପାଇଁ ଓ ଅନ୍ୟ ପାଇଁ ଭଲ କଥା କିମ୍ବା ଭଲ ଚିନ୍ତାଧାରା ଉତ୍ପନ୍ନ ହୋଇଥାଏ।

ସବୁ କଥାକୁ ବୁଝନ୍ତୁ :

ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କ କଥା ବୁଝିବାକୁ ଖୁବ ସମୟ ମିଳିଥାଏ। ଜୀବନରେ ଉଚିତ ଫଇସଲା ନେବା ପାଇଁ ପ୍ରତ୍ୟେକ କଥା ଓ ଜିନିଷକୁ ଗଭୀର ଭାବେ ନେବା ଉଚିତ। ଏପରି ହେବା ଦ୍ବାରା କେଉଁଟା ଭଲ ଓ ଖରାପ ତାହା ସହଜରେ ଜଣାପଡିଥାଏ। ଏହାଦ୍ବାରା ଆପଣଙ୍କ ଭିତରେ ଥିବା ଆତ୍ମବିଶ୍ବାସ ବଢିଥାଏ।

ସମସ୍ତ ନିଷ୍ପତ୍ତିକୁ ସ୍ବୀକାର କରନ୍ତୁ :

ପ୍ରତ୍ୟେକ ବ୍ୟକ୍ତି ସର୍ବଦା ସୁରକ୍ଷିତ ରହିବାକୁ ପସନ୍ଦ କରିଥାଆନ୍ତି। ଏପରି କ୍ଷେତ୍ରରେ ଯଦି ବ୍ୟକ୍ତିଙ୍କୁ କିଛି ନୂଆ କାର୍ଯ୍ୟ ଦିଆଯାଏ ତେବେ ସେ ଡରି ତାହା ନ କରିବାକୁ କହିଥାଆନ୍ତି। ଜୀବନରେ ଆଗକୁ ବଢିବାକୁ ହେଲେ ସମସ୍ତ ନିଷ୍ପତ୍ତିକୁ ଆପଣେଇବାକୁ ପଡିଥାଏ         । ଏପରି ହେବା ଦ୍ବାରା ଆପଣ ନୂଆ କାର୍ଯ୍ୟ କଲେ ମଧ୍ୟ ଡରିବେ ନାହିଁ। ଏହାଦ୍ବାରା ସମସ୍ତଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ହେବ।

ବନ୍ଧୁତା କରନ୍ତୁ :

ଆପଣଙ୍କ ପାଇଁ ଯେଉଁମାନେ ଭଲ ସେମାନଙ୍କ ସହ ବନ୍ଧୁତ୍ବ କରନ୍ତୁ। ଏହା ଜୀବନରେ ଗଭୀର ପ୍ରଭାବ ପକାଇଥାଏ। ସବୁବେଳେ ଭାବି ଚିନ୍ତି ସାଙ୍ଗ କରିବା ଉଚିତ। କାରଣ ବେଳେବେଳେ ଭଲ ଭାବୁଥିବା ସାଙ୍ଗ ଦ୍ବାରା ଆପଣଙ୍କର ଆତ୍ମବିଶ୍ବାସ କମ ହୋଇଥାଏ। ତେଣୁ ଉତ୍ତମ ବନ୍ଧୁ ଦ୍ବାରା ମଧ୍ୟ ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ହୋଇପାରିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories