ଉପକାରାଗାରରେ ବିଚାରାଧୀନ କଏଦୀ ମୃତ

0

ଉମରକୋଟ : ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ମୃତ୍ୟୁ ହୋଇଯାଇଛି। ବିଚାରାଧୀନ କଏଦୀ ଦେବ ମାଝିଙ୍କର ଚିକିତ୍ସା ବେଳେ ମୃତ୍ୟୁ ହୋଇଥିବା ଜଣାପଡିଛି। ସେ ସୋମବାର ଅସୁସ୍ଥ ହୋଇଯିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ସୂଚନାଯୋଗ୍ୟ ଯେ, ଦେବ ଏକ ହତ୍ୟା ମାମଲାରେ ୪ମାସ ହେଲା ଜେଲକୁ ଆସିଥିଲେ।

Leave A Reply