www.samajalive.in
Saturday, December 6, 2025
26.1 C
Bhubaneswar

ଭେଜ ପଲାଉ

ଆବଶ୍ୟକ ସାମଗ୍ରୀ
କଟା ପିଆଜ – ୧ଟି
ବିନସ – ୮ ରୁ ୧୦ ଟି
କଟା ବନ୍ଧା କୋବି – ଅଳ୍ପ
କଟା ଆଳୁ – ୧ଟି
କଟା ଗାଜର – ୧ଟି
ପନୀର – ୧୦୦ ଗ୍ରାମ
ବାସୁମତୀ ଅରୁଆ ଚାଉଳ – ୨କପ
ସିଝା ମଟର ଛୁଇଁ – ଅଳ୍ପ
ଲବଙ୍ଗ – ୪ଟି
ଗୋଲମରିଚ – ୪ଟି
ଗୁଜୁରାତି – ୩ଟି
ବଡ଼ ଅଳେଇଚ – ୧ଟି
ଡ଼ାଲଚିନି – ୧ଟି
ଗୋଟା ଜିରା – ଅଳ୍ପ
ଶୁଖିଲା ଲଙ୍କା – ୧ଟି
ତେଜପତ୍ର – ୧ଟି
ବଟର – ୫୦ଗ୍ରାମ
ପାଣି – ୨କପ
ଲେମ୍ବୁ ରସ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇ ଗରମ ହୋଇ ଗଲେ ଡ଼ାଲଚିନି, ଲବଙ୍ଗ, ଗୁଜୁରାତି, ଅଳେଇଚ, ଲବଙ୍ଗ,ଲଙ୍କା, ଗୋଲମରିଚ, ତେଜପତ୍ର ପକାଇ ଭଲ ଭାବେ ଭାଜନ୍ତୁ। ଭାଜିବା ପରେ ଏଥିରେ ବଟର ପକାନ୍ତୁ। ବଟର ପକାଇବା ପରେ ପିଆଜ ପକାଇ ଭାଜନ୍ତୁ। ଏବେ ଏଥିରେ ପନୀର ପକାଇ ଭାଜି କରି ଏକ ପାତ୍ରକୁ କାଢି ଦିଅନ୍ତୁ। ଏହାପରେ ଗ୍ୟାସର ଅନ୍ୟ ଏକ ପାତ୍ରରେ ପାଣି ଗରମ କରି ଚାଉଳକୁ ପକାଇ ଅଳ୍ପ ସମୟ ଫୁଟାଇ ଗାଳି ଦିଅନ୍ତୁ। ଏବେ ପୂର୍ବରୁ ଗ୍ୟାସରେ ବସିଥିବା କଡ଼େଇରେ ସବୁ ପରିବା ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଏବେ ଏଥିରେ ପ୍ରସ୍ତୁତ ହୋଇଥିବା ଭାତ, ଲେମ୍ବୁ ରସକୁ ପକାଇ କିଛି ସମୟ ଗୋଳାନ୍ତୁ। ଗୋଳାଇବା ପରେ ୧କପ ପାଣି, ଲୁଣ, ସିଝା ମଟର ଛୁଇଁ, ପନୀର ପକାଇ ୧୦ ମିନିଟ ଗ୍ୟାସରେ ବସାନ୍ତୁ। ୧୦ ମିନିଟ ପରେ ଏକ ପାତ୍ରକୁ କାଢି ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଭେଜ ପଲାଉ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories