www.samajalive.in
Saturday, December 6, 2025
23.1 C
Bhubaneswar

ନୟାଗଡ଼ରୁ ବିଜେଡିର ନିର୍ବାଚନୀ ପ୍ରଚାର – କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

ନୟାଗଡ଼: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ନୟାଗଡ଼ରୁ ପ୍ରଚାର ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ଟି ଯାକ ଲୋକସଭା ଆସନ ବିଜେଡି ଅକ୍ତିଆର କରିବ ବୋଲି କହିଛନ୍ତି । ପ୍ରଥମରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରରେ ବିଜେପି ସରକାର ଗଢିବା ପୂର୍ବରୁ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା ନେଇ ଯେଉଁ ପ୍ରତିଶୃତି ଦେଇଥିଲା, ସେଥିରେ ବିଫଳ ହୋଇଛି। ସେ କହିଛନ୍ତି ଚଳିତ ନିର୍ବାଚନରେ କେନ୍ଦ୍ରରେ କୌଣସି ଦଳ ବହୁମତ ପାଇବେ ନାହିଁ , ତେଣୁ କେନ୍ଦ୍ରରେ ସରକାର ଗଠନ କରିବା ଦିଗରେ ଓଡିଶା ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବ।

ରାଜ୍ୟ ବିଜେପିକୁ ସମାଲୋଚନା କରି ସେ କହିଛନ୍ତି, ରାଜ୍ୟ ବିଜେପିର ରିମୋଟ୍ ରହିଛି କେନ୍ଦ୍ର ପାଖରେ ରହିଛି ତେଣୁ ଓଡିଶାର ହକ୍ ପାଇଁ ରାଜ୍ୟ ବିଜେପି କେବେ ଲଢିନାହିଁ କିମ୍ବା ଲଢିପାରିବ ନାହିଁ। ବିଜେଡିର ରିମୋଟ୍ କଣ୍ଟ୍ରୋଲ ସାଢେ ୪କୋଟି ଓଡିଆଙ୍କ ପାଖରେ ରହିଥିବା ମୁଖ୍ୟମନ୍ତ୍ରୀ କହିବା ସହ, ସାରା ଦେଶରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ବିଜେଡି ପ୍ରଥମ ଦଳ ବୋଲି ସେ କହିଛନ୍ତି। ସେ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶାବାସୀ ଉପକୃତ ହେଉଛନ୍ତି ଏବଂ କାଳିଆ ଯୋଜନାରେ ଆହୁରି ୨୦ ଲକ୍ଷ ଚାଷୀ ଉପକୃତ ହେବେ। କେହି ହେଲେ ଜଣେ ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହେବେ ନାହିଁ ବୋଲି ନବୀନ କହିଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories