www.samajalive.in
Saturday, December 6, 2025
15.1 C
Bhubaneswar

ପୁଞ୍ଚ ଏବଂ ନୌଶେରାରେ ଗୁଳିବିନିମୟ ଜାରି, ଜଣେ ଯବାନ ସହିଦ

ଜମ୍ମୁ : ଜମ୍ମୁ-କାଶ୍ମୀରର ପୁଞ୍ଚ ଏବଂ ନୌଶେରାରେ ପାକିସ୍ତାନ ପୁଣି ଅସ୍ତ୍ରବିରତୀ ଲ୍ଲଂଘନ କରିଛି । ଶନିବାର ସନ୍ଧ୍ୟା ପ୍ରାୟ ୫ଟାରେ ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳିବର୍ଷଣ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ଗୁଳିବର୍ଷଣ ଜାରି ରହିଥିବା ସୂଚନା ମିଳିଛି। ସେହିପରି ନୌଶେରାରେ ମଧ୍ୟ ଗୁଳିବିନିମୟ ଜାରି ରହିଛି । ଭାରତୀୟ ଯବାନ ମଧ୍ୟ ଏହାର କଡା ଜବାବ ଦେଇଛନ୍ତି । ଭଉୟ ପକ୍ଷରୁ ଗୁଳିବିନିମୟ ସମୟରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।

ସହିଦ ଯବାନଙ୍କ ପରିଚୟ ମିଳିଛି । ସେ ରାଜସ୍ଥାନର ବାସିନ୍ଦା ବୋଲି ଜଣାପଡିଛି । ଗୁଳିବିନିମୟ ସମୟରେ ଯବାନଙ୍କ ଶରୀରରେ ଗୁଳି ବାଜି ସେ ଗୁରୁତର ହୋଇପଡିଥିଲେ । ପରେ ଭାରତୀୟ ସେନା ପକ୍ଷରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ପୁଞ୍ଚର ଶାହପୁର ଓ କୈରନୀ ଅଞ୍ଚଳକୁ ଟାର୍ଗେଟ୍‌ କରି ଶନିବାର ପାକିସ୍ତାନ ସେନା ପକ୍ଷରୁ ଗୁଳିବର୍ଷଣ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories