www.samajalive.in
Saturday, December 6, 2025
26.1 C
Bhubaneswar

କରମବୀର ସିଂହ ହେବେ ନୂଆ ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ପୂର୍ବାଞ୍ଚଳ ନୌସେନା କମାଣ୍ଡ ଫ୍ଲାଗ ଅଫିସର କମାଣ୍ଡିଂ-ଇନ-ଚିଫ (ଏଫ୍‌ଓସି-ଇନ୍‌-ସି) ଭାଇସ ଆଡମିରାଲ କରମବୀର ସିଂହ ଭାରତୀୟ ନୌସେନାର ପରବର୍ତ୍ତୀ ମୁଖ୍ୟ ନିଯୁକ୍ତ ହେବେ। ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାମ୍ବା ଆସନ୍ତା ମେ ୩୧ରେ ଅବସର ଗ୍ରହଣ କରିବେ। ଲାମ୍ବାଙ୍କ ସ୍ଥାନରେ ଭାଇସ ଆଡମିରାଲ ସିଂହ ଦାୟିତ୍ବ ଗ୍ରହଣ କରିବେ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଶନିବାର ଟ୍ବିଟ କରାଯାଇଛି। ସିଂହ ପୁଣେସ୍ଥିତ ଜାତୀୟ ପ୍ରତିରକ୍ଷା ଏକାଡେମୀ, ୱେଲିଂଟନର ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ ଏବଂ ମୁମ୍ବଇସ୍ଥିତ କଲେଜ ଅଫ ନାଭାଲ ୱାରଫେୟାରର ପୂର୍ବତନ ଛାତ୍ର। ୧୯୮୦ ଜୁଲାଇରେ ସେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ୧୯୮୨ରେ ସେ ଜଣେ ହେଲିକପ୍ଟର ପାଇଲଟ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ହାଲ ନିର୍ମିତ ଚେତକ ଏବଂ କାମୋଭ କା-୨୫ ହେଲିକପ୍ଟର ଉଡାଇବାରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି। ଆଇସିଜିଏସ ଚାନ୍ଦ ବିବି, ଆଇଏନ୍‌ଏସ୍‌ ବିଜୟଦୁର୍ଗା, ଆଇଏନ୍‌ଏସ ରାଣା ଏବଂ ଆଇଏନଏସ୍‌ ଦିଲ୍ଲୀ ଭଳି ବିଭିନ୍ନ ଅତ୍ୟାଧୁନିକ ଜାହାଜର ସେ କମାଣ୍ଡ ନେଇଛନ୍ତି। ୩୭ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସିଂହଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ଏବଂ ପରମ ବିଶିଷ୍ଟ ସେବା ମେଡାଲ (୨୦୧୮)ରେ ସମ୍ମାନିତ କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories