www.samajalive.in
Saturday, December 6, 2025
16.1 C
Bhubaneswar

ଘନ ଓ ଆକର୍ଷଣୀୟ ଦାଢି ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ସହଜ ଉପାୟ

ଆଜିକାଲିର ଯୁବପିଢୀ ଦାଢି ରଖିବାକୁ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ପୁରୁଷଙ୍କ ଘଞ୍ଚ ଦାଢି ଲୁକ୍ ବର୍ତ୍ତମାନ ସମୟରେ ଟ୍ରେଣ୍ଡ ପାଲଟିଛି। ସେଲିବ୍ରିଟି ହୁଅନ୍ତୁ କିମ୍ବା ସାଧାରଣ ବ୍ୟକ୍ତି ସମସ୍ତେ ଏହି ଲୁକ୍ ପାଇଁ ପାଗଳ। ହେଲେ କିଛି ଲୋକ ଏହି ସମସ୍ୟା ପାଇଁ ଚିନ୍ତିତ ଯେ ସେମାନଙ୍କର ଘନ ଦାଢ଼ି ହେଉନାହିଁ। ଏନେଇ ଅନେକ ପନ୍ଥା ଆପଣାଇ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତେବେ ଏଭଳି ଏକ ଘରୋଇ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ବାରା ଏନେଇ ଚିନ୍ତିତ ଥିବା ବ୍ୟକ୍ତିଙ୍କ ପାଇଁ ବହୁତ ଲାଭକାରୀ ପ୍ରମାଣିତ ହେବ। ଚାଲନ୍ତୁ ଜାଣିବା ଘରୋଇ ଉପାୟ ଅବଲମ୍ବନରେ କିପରି ଘନ ଓ ଆକର୍ଷଣୀୟ ଦାଢି ପାଇପାରିବେ –

ଏଥିପାଇଁ ସର୍ବପ୍ରଥମେ ଲେମ୍ବୁ ଓ ଡାଲଚିନି ପାଉଡର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ସେହି ସ୍ଥାନରେ ଲଗାନ୍ତୁ ଯେଉଁଠି କେଶ ଗ୍ରୋଥ କମ୍ ରହିଛି। ଏହି ପେଷ୍ଟକୁ ୨୦ ମିନିଟ୍ ପାଇଁ ଚେହେରାରେ ଲଗାଇ ଛାଡି ଦିଅନ୍ତୁ ଏବଂ ଶୁଖିଗଲା ପରେ ଥଣ୍ଡା ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ। ଏହାପରେ କିଛି ସମୟ ପରେ ନଡିଆ ତେଲ ଦ୍ବାରା ଚେହେରାକୁ ଭଲଭାବେ ମାଲିସ କରନ୍ତୁ।
ଲେମ୍ବୁର ବ୍ୟବହାର କେଶର ଗ୍ରୋଥରେ ବିଶେଷ ସହାୟକ ହୋଇଥାଏ। ଡାଲଚିନି ଏବଂ ଲେମ୍ବୁର ପେଷ୍ଟ ଲଗାଇବା ଦ୍ବାରା ଚେହେରାର କୋଷିକା ଗୁଡିକରେ ରକ୍ତ ସଞ୍ଚାଳନ ବଢ଼ିଥାଏ ଓ ଦାଢି ଠିକ୍ ଭାବେ ବଢିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories