www.samajalive.in
Saturday, December 6, 2025
15.1 C
Bhubaneswar

ସୀମାରେ ଏଫ-୧୬ ମୁତୟନ କଲା ପାକିସ୍ତାନ, ଆଇଏଏଫ ସଜାଗ

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ସମ୍ପର୍କରେ ସୁଧାର ଆସିବା ଭଳି ଲାଗୁନାହିଁ। ପାକିସ୍ତାନ ସୀମାରେ ଏଫ-୧୬ ଯୁଦ୍ଧ ବିମାନ ମୁତୟନ କରିଛି। ପାକିସ୍ତାନର ଏହି ପଦକ୍ଷେପ ପରେ ଭାରତୀୟ ବାୟୁ ସେନା (ଆଇଏଏଫ) ସରକାରଙ୍କୁ ଗୋଳା ବାରୁଦ କିଣିବାକୁ କହିଛି। ପାକିସ୍ତାନ ଆତଙ୍କବାଦୀଙ୍କୁ ଜନଜାତି କ୍ଷେତ୍ର (ଫାଟା)କୁ ସ୍ଥାନାନ୍ତର କରିଛି। ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁସାରେ ଉଭୟ ଦେଶର ବାୟୁ ସେନା ଗତିବିଧି ବୃଦ୍ଧି ପାଇଛି। ଏପଟେ ଭାରତ ସୁରକ୍ଷା ସମ୍ପର୍କିତ ଅଭିଯାନକୁ ବୃଦ୍ଧି କରିଛି। ଶୀର୍ଷ ସରକାରୀ ସୂତ୍ର ମୁତାବକ କ୍ଷେପଣାସ୍ତ୍ରର ନିଜ ସମୟ ସୀମା ରହିଛି। ମହଜୁଦ ରଖାଯାଇଥିବା କ୍ଷେପଣାସ୍ତ୍ର ଓ ଗୋଳ ବାରୁଦ ଏକ ସମୟ ଅବଧି ପରେ ବ୍ୟବହାର ଅନୁପଯୋଗୀ ହୋଇଯାନ୍ତି। ତେବେ ଯୁଦ୍ଧ ବେଳେ କେତେ କ୍ଷେପଣାସ୍ତ୍ର ସଠିକ୍‍ ଭାବେ ନିକ୍ଷେପ କରାଗଲା, ତାହା ଦେଖାଯାଇଥାଏ। ତେଣୁ ମହଜୁଦ୍‍ କ୍ଷେପଣାସ୍ତ୍ରର ସମୟ ଅନୁସାରେ ସମୀକ୍ଷା କରାଯାଇଥାଏ। ଗୋଳାବାରୁଦ ମଧ୍ୟରେ ମୁଖ୍ୟତଃ ଆକାଶରୁ ଆକଶ ମାରକ କ୍ଷେପଣାସ୍ତ୍ର ଆବଶ୍ୟକତା ରହିଛି। ପାକିସ୍ତାନ ବାୟୁ ସେନା ଗତିବିଧିକୁ ରୋକିବା ପାଇଁ ଏହା ସହାୟକ ହେବ।
ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପରେ ଭାରତର କେତେକ ଓ ପାକିସ୍ତାନର ସମସ୍ତ ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଥିଲା। ଏବେ ଭାରତର ସମସ୍ତ ବିମାନ ବନ୍ଦର ସ୍ୱଭାବିକ ଭାବେ ପରିଚାଳିତ ହେଉଛି। ତେବେ ପାକିସ୍ତାନର କେତେକ ବିମାନ ବନ୍ଦରରେ ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରା ବନ୍ଦ ରହିଛି। ପାକିସ୍ତାନ ବିମାନ ବନ୍ଦରରେ ଯୁଦ୍ଧ ବିମାନ ଅବତରଣ ଓ ଉଡ଼ାଣ ଅଭ୍ୟାସ ଜାରି ରହିଛି। ତାଙ୍କ ଏୟାର ନେଟୱାର୍କ ହାଇଆଲର୍ଟରେ ରହିଛି। ପାକିସ୍ତାନର ଗତିବିଧିକୁ ଲକ୍ଷ୍ୟ କରି ଭାରତ ବି ମିରାଜ-୨୦୦୦ ଏବଂ ସୁଖୋଇ ଏସ୍‍ୟୁ-୩୦ ଏମ୍‍କେଆଇକୁ ସଜାଗ ରଖିଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ପରଠାରୁ ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories