ବହୁ ଲୋକଙ୍କ ମୁହଁର ଓଠର ଶେଷ ଅଂଶ ଯାହାକୁ ଆମେ ଥୋଡ଼ୀ କହୁ ସେଠାରେ ସାମାନ୍ୟ ଗର୍ତ୍ତ ଥାଏ। ଏହା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ଏହାସହ ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଥୋଡ଼ୀରେ ଥିବା ଗର୍ତ୍ତ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ବହୁ କିଛି ଜଣାଇଥାଏ। ଜାଣନ୍ତୁ ଏହା ବିଷୟରେ ….
ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଯେଉଁମାନଙ୍କର ଥୋଡ଼ୀରେ ସାମାନ୍ୟ ଗର୍ତ୍ତ ଥାଏ, ସେମାନେ ଶାନ୍ତ ସ୍ୱଭାବ ଅଟନ୍ତି। କେଉଁ ଜିନିଷ ପ୍ରତି ଏମାନଙ୍କର ଅତ୍ୟଧିକ ଲୋଭ ନଥାଏ। ଜୀବନରେ ମିଳୁଥିବା ସବୁକିଛିକୁ ଖୁସିର ସହ ଆପଣେଇ ସନ୍ତୁଷ୍ଟ ହୋଇଥାଆନ୍ତି।
ଏମାନେ ଖୁବ ସାହାଯ୍ୟକାରୀ ଅଟନ୍ତି। ସର୍ବଦା ଅନ୍ୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥାଆନ୍ତି। ଅସହାୟଙ୍କୁ ସର୍ବଦା ନିଜ ସକ୍ଷମ ଅନୁଯାୟୀ ସାହାଯ୍ୟ କରିଥାଆନ୍ତି।
ଥୋଡ଼ୀରେ ଗର୍ତ୍ତ ଥିବା ବ୍ୟକ୍ତିମାନଙ୍କର ଅଧିକ ବନ୍ଧୁ ଥାଆନ୍ତି। ନିଜ ଜୀବନକୁ ସର୍ବଦା ହସଖୁସିରେ ବିତାଇଥାଆନ୍ତି।
ଏପରି କୁହାଯାଇଛି ଯେ, ଯେଉଁମାନଙ୍କ ଥୋଡ଼ୀରେ ଗର୍ତ୍ତ ରହିଛି , ସେମାନେ ଜୀବନରେ ଖୁବ ଉନ୍ନତି କରିଥାଆନ୍ତି। ସଫଳତା ମଧ୍ୟ ପ୍ରାପ୍ତି କରିଥାଆନ୍ତି।
ଏମାନଙ୍କର ଧନସମ୍ପତ୍ତିର ଅଭାବ ହୋଇନଥାଏ। ଉତ୍ତମ ବ୍ୟବହାର କରିଥାଆନ୍ତି। ନିଜର କାର୍ଯ୍ୟକଳାପ ଓ ବିଚାରଶୀଳ କଥାବାର୍ତ୍ତା ହେତୁ ଅନ୍ୟମାନଙ୍କର ପ୍ରିିୟଜନ ହୋଇଥାଆନ୍ତି।
ଆପଣଙ୍କ ମୁହଁର ଏହି ଅଂଶ ଜଣାଇଥାଏ ଆପଣଙ୍କ ରହସ୍ୟ
Popular Categories



