www.samajalive.in
Saturday, December 13, 2025
26.1 C
Bhubaneswar

ଡିଏମକେ, ଏଆଇଏଡିଏମକେର ନିର୍ବାଚନୀ ଇସ୍ତିହାର ପ୍ରକାଶ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ-୨୦୧୯ ପାଇଁ ଡିଏମ୍‌କେ ଓ ଏଆଇଏଡିଏମ୍‌କେ ପକ୍ଷରୁ ମଙ୍ଗଳବାର ନିର୍ବାଚନୀ ଇସ୍ତିହାର ପ୍ରକାଶ ପାଇଛି। ଉଭୟ ଦଳ ନିଜ ନିଜର ଇସ୍ତିହାରରେ ଭେଷଜ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ପାଇଁ ଉଦ୍ଦିଷ୍ଟ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ନିଟ) ଉଚ୍ଛେଦ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ କ୍ଷମତାକୁ ଆସିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିବେ ବୋଲି ଦୁଇ ଦଳ କହିଛନ୍ତି। ଡିଏମ୍‌କେ ପକ୍ଷରୁ ଦଳୀୟ ମୁଖ୍ୟ ଏମ. କେ. ଷ୍ଟାଲିନ ଓ ଏଆଇଏଡିଏମ୍‌କେ ପକ୍ଷରୁ ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ପନୀରସିଲଭମ ଚେନ୍ନାଇଠାରେ ଏହି ଇସ୍ତିହାର ପ୍ରକାଶ କରିଛନ୍ତି। ତାମିଳନାଡୁରେ ୩୯ଟି ଲୋକସଭା ଆସନ ଥିବା ବେଳେ ୨୦୧୪ରେ ଏଆଇଏଡିଏମକେ ୩୭ଟିରେ ବିଜୟୀ ହୋଇଥିଲା। ଚଳିତ ବର୍ଷ ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ହୋଇଛି। ରାଜ୍ୟରେ ଏପ୍ରିଲ ୧୮ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories