www.samajalive.in
Saturday, December 13, 2025
26.1 C
Bhubaneswar

ଅରୁଣାଚଳ ପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତିଶ୍ରୁତି ଦେଲେ ରାହୁଲ

ଇଟାନଗର : ଆଗାମୀ ଲୋକସଭା ନିର୍ବାଚନ ପରେ କଂଗ୍ରେସ କ୍ଷମତାକୁ ଆସିଲେ ଅରୁଣାଚଳ ପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ରାଜ୍ୟବାସୀଙ୍କୁ ନିର୍ବାଚନୀ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ରାଜଧାନୀ ଇଟାନଗରଠାରେ ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ତାଙ୍କ ଦଳ କେବେବି ରାଜ୍ୟର ନିଜସ୍ବ ସଂସ୍କୃତି ଓ ଐତିହ୍ୟକୁ ବିପଦରେ ପକାଇବ ନାହିଁ। ରାଜ୍ୟରେ ଅଧିକ ସଡ଼କ, ହସ୍ପିଟାଲ, ବିମାନବନ୍ଦର ଓ ହେଲିପ୍ୟାଡର ଆବଶ୍ୟକତା ରହିଛି। କଂଗ୍ରେସ ଅତୀତରେ ଉତ୍ତରପୂର୍ବାଞ୍ଚଳର ସମସ୍ତ ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିଛି। ଅରୁଣାଚଳ ପ୍ରତି ମଧ୍ୟ ଏହାର ବିଶେଷ ଭାବନା ରହିଛି। ବିଜେପି ସରକାରର ନୀତିନିଷ୍ପତ୍ତି ବିଗତ ଦିନରେ କଂଗ୍ରେସ ଶାସନ ସମୟରେ ଆରମ୍ଭ ହୋଇଥିବା ଶିଳ୍ପଭିତ୍ତିକ ବିକାଶର ଅନ୍ତ କରିଥିବା ସେ ଅଭିଯୋଗ ଦର୍ଶାଇଛନ୍ତି। କଂଗ୍ରେସ ନେତୃତ୍ବରେ କେନ୍ଦ୍ରରେ ସରକାର ଗଠନ କରାଗଲେ ସ୍ବତନ୍ତ୍ର ସହାୟତା ଯୋଜନା ଏବଂ ଉତ୍ତର ପୂର୍ବ ଶିଳ୍ପ ନୀତି ଲାଗୁ କରାଯିବ ବୋଲି ସେ କହିଛନ୍ତି। ଉଲ୍ଲେଖ ଯେ, ଏପ୍ରିଲ ୧୧ରୁ ମେ’ ୧୯ ମଧ୍ୟରେ ଦେଶରେ ସାତଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସାଧାରଣ ନିର୍ବାଚନ ସହିତ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ମେ’ ୨୩ରେ ଫଳାଫଳ ପ୍ରକାଶ ପାଇବ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories