www.samajalive.in
Thursday, December 11, 2025
23.1 C
Bhubaneswar

ନାବାଳିକାଙ୍କୁ ସମ୍ପର୍କୀୟଙ୍କ ଗଣବଳାତ୍କାର, ମୁଣ୍ଡକାଟି ହତ୍ୟା

ଭୋପାଳ : ମଧ୍ୟପ୍ରଦେଶର ସାଗର ଜିଲାର ବରଖେଡିଠାରେ ୧୨ ବର୍ଷ ବୟସ୍କ ଜଣେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଦାଦା ଓ ଭାଇ ଗଣବଳାତ୍କାର କରିବା ପରେ ମୁଣ୍ଡ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତିନି ଜଣ ଅଭିଯୁକ୍ତ ମାର୍ଚ୍ଚ ୧୪​‌େ​‌ର ଏହି ବର୍ବରୋଚିତ କାଣ୍ଡ ଘଟାଇଥିବା ପୁଲିସ ପ୍ରକାଶ କରିଛି। ପୀଡ଼ିତା ମାର୍ଚ୍ଚ ୧୩ରେ ସ୍କୁଲରୁ ଘରକୁ ନ ଫେରିବାରୁ ତାଙ୍କ ପିତା ଝିଅକୁ ନ ପାଇ ଥାନରେ ଏକ ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ଏହି ଅପରାଧରେ ଜଣେ ପଡୋଶୀଙ୍କ ସମ୍ପୃକ୍ତି ନେଇ ପୀଡ଼ିତାଙ୍କ ଦାଦା ଓ ତାଙ୍କ ପତ୍ନୀ ତଦନ୍ତାକାରୀମାନଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଥିବା ପୁଲିସ କହିଛି। ଅଭିଯୁକ୍ତଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ ନେଇ ପୁଲିସ ପକ୍ଷରୁ ୨୫ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।

Hot this week

ତୃତୀୟ ଦିନରେ ଗର୍ଭ ଗୃହରୁ ବାଲି ଓ ପଥର ସଂଗ୍ରହ କଲା ଏଏସ୍‌ଆଇ

ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିର ମୁଖଶାଳା ଗର୍ଭ ଗୃହରେ ୧୯୦୩ ମସିହାରେ...

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

Related Articles

Popular Categories