mission shakti banner

ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର

BSKY banner  750×100
0

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ଗୋବିନାଥ ପୁର ଅନ୍ତର୍ଗତ  କନରଫାସ ଗ୍ରାମ ନିକଟ ଦେରଡଙ୍ଗ ଠାରେ ନିଖୋଜ ଥିବା ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି। ଗତ ଏପ୍ରିଲ ଏଗାର ତାରିଖରେ  କନାରଫାସ ଗ୍ରାମର  ରାଏସିଂ ମାଝିଙ୍କ ସ୍ତ୍ରୀ ଚିତାମଣୀ ମାଝୀ ରାତ୍ରୀ ପ୍ରାୟ ୧୨ଘଣ୍ଟା ସମୟରେ କେଉଁ ଆଡେ ଚାଲିଯାଇଥିଲେ।  ଏହାପରେ ପରିବାର ଲୋକ ଖୋଜା ଖୋଜି କରିଥିଲେ । ହେଲେ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା । ଏହପରେ ଥୁଆମୂଳ ରାମପୁରଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା ।

ଜୟ ସିଂ ମାଝି ନାମକ ବ୍ୟକ୍ତି ଦେରଙ୍ଗଡକୁ ଯାଉଥିବା ସମୟରେ କିଛି ଦୁର୍ଗନ୍ଧ ହେବାରୁ ସନ୍ଦେହରେ ସେହି ସ୍ଥାନ ଖୋଜା ଖୋଜି କରିଥିଲେ ।ଏକ ବୁଦା ମୂଳରେ ଚିତାମଣୀଙ୍କ ମୃତ ଦେହକୁ ଠାବ କରିବା ପରେ ସେ ପୁଲିସକୁ ଖବର ଦେଇଥିଲେ ।  ପୁଲିସ ଅଧିକାରୀ ଏଏସ୍‌ଆଇ ଉଗ୍ରସେନ ପଟେଲ ଓ ଏସ୍‌ଆଇ ଅଜୟକୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତା କରିବା ସହ ଏହାର ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି  । କେଉଁ ପରିସ୍ଥିତରେ ଚିତାମଣୀଙ୍କର ମୃତ୍ୟୁ ହୋଇଛି ଏବେ ପୁଲିସ ତଦନ୍ତ ଜାରି ରଖିଛି ।

Leave A Reply