www.samajalive.in
Sunday, December 14, 2025
15.1 C
Bhubaneswar

କଂଗ୍ରେସର ପ୍ରସ୍ତାବକୁ ଏସପି, ବିଏସପିର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି (ଏସପି), ବହୁଜନ ସମାଜ ପାର୍ଟି (ବିଏସପି) ଓ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ପାଇଁ କଂଗ୍ରେସ ଉତ୍ତରପ୍ରଦେଶରେ ୭ଟି ଆସନ ଛାଡିବା ନେଇଥିବା ନିଷ୍ପତ୍ତିକୁ ଅଖିଳେଶ ଯାଦବ ଓ ମାୟାବତୀ ପ୍ରତ୍ୟାଖ୍ୟାନ କରିଛନ୍ତି। ସୋମବାର ଏସପି ମୁଖ୍ୟ ଅଖିଳେଶ ଓ ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ଯେ ସେମାନଙ୍କ ମେଣ୍ଟ ବହୁତ ଶକ୍ତ ଓ ସେମାନେ ବିଜେପିକୁ ଏକାକୀ ପରାସ୍ତ କରିବାକୁ ସମର୍ଥ। ବିଜେପିକୁ ପରାସ୍ତ ପାଇଁ ସେମାନଙ୍କୁ କଂଗ୍ରେସର ସମର୍ଥନ ଆବଶ୍ୟକ ନାହିଁ ବୋଲି ସେମାନେ କହିଛନ୍ତି। ରବିବାର କଂଗ୍ରେସ ଘୋଷଣା କରିଥିଲା ଯେ ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନରୁ ୭ଟି ଆସନ ଏସପି-ବିଏସପି-ଆରଏଲଡି ମେଣ୍ଟ ପାଇଁ ଛାଡି ଅବଶିଷ୍ଟ ଆସନରେ ପ୍ରାର୍ଥୀ ଦେବ। ମୈନପୁରୀ, କନୌଜ ସହିତ ମାୟାବତୀ, ଆରଏଲଡି ମୁଖ୍ୟ ଅଜିତ ସିଂହ ଓ ଜୟନ୍ତ ଚୌଧୁରୀ ଯେଉଁଠାରେ ପ୍ରାର୍ଥୀ ହେବେ ସେଠାରେ କଂଗ୍ରେସ ନିଜର ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିଥିଲା। ରାଜ୍ୟ ପ୍ରଦେଶ କଂଗ୍ରେସ ମୁଖ୍ୟ ରାଜ ବବର ଏହି ପ୍ରସ୍ତାବକୁ ସୋମବାର ଏସପି-ବିଏସପି ମିଳିତ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ପୂର୍ବରୁ ଏସପି-ବିଏସପି-ଆରଏଲଡି ମେଣ୍ଟ ଉତ୍ତରପ୍ରଦେଶର ରାୟବରେଲି ଓ ଆମେଥି ଆସନକୁ କଂଗ୍ରେସ ପାଇଁ ଛାଡି ଅନ୍ୟ ସମସ୍ତ ଆସନ ପାଇଁ ବୁଝାମଣା କରିସାରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories