www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ବର ସବୁଠୁଁ ଉଚ୍ଚ ସ୍ଥାନରେ କାର୍ ଶୋରୁମ୍, -୧୩ଡିଗ୍ରୀରେ କାର୍ ଚଳାଇବାର ସୁଯୋଗ

ଅତ୍ୟଧିକ ଥଣ୍ଡା ସ୍ଥାନ କିମ୍ବା ପର୍ବତଶୃଙ୍ଗକୁ ଯିବା ନିମନ୍ତେ ପର୍ୟ୍ୟଟକଙ୍କ ଆଗ୍ରହ ଦିନକୁଦିନ ବଢ଼ିବାରେ ଲାଗିଛି । କିଛି ବର୍ଷ ତଳେ ଆଣ୍ଟାର୍କଟିକାରେ କେବଳ ବିଶେଷଜ୍ଞ ଦଳଙ୍କ ଭିଡ଼ ଲାଗିଥିବାବେଳେ ଆଜିର ସମୟରେ ଏଠାରେ ପର୍ୟ୍ୟଟକଙ୍କ ସମାଗମ ହେଉଛି । ଇଉରୋପସ୍ଥିତ ଆଲପ୍ସ ର୍ପବତଶୃଙ୍ଗରେ ସ୍କିଙ୍ଗ ଓ ପ୍ରାକୃତିକ ମନୋରମ ଦୃଶ୍ୟ ନିମନ୍ତେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ପର୍ୟ୍ୟଟକଙ୍କ ଭିଡ଼ ହୋଇଥାଏ ।

ହେଲେ ପ୍ରଥମକରି ପର୍ୟ୍ୟଟକଙ୍କୁ ଭିନ୍ନ ଅନୁଭବ ଦେବା ନିମନ୍ତେ ବିଶ୍ବର ନାମକରା କାର୍ କମ୍ପାନୀ ଏଠାରେ ଏକ କାର୍ ଶୋ-ରୁମ ଉଦଘାଟନ କରିଛନ୍ତି । ଭୂମିପତ୍ତନଠାରୁ ୭୫୦୦ଫୁଟ୍ ଉପରେ ନିର୍ମିତ ଏହି କାର୍ ଶୋ-ରୁମ୍ ଏକ ଗ୍ଲୋବ୍ ପରି ଦୃଶ୍ୟମାନ ହେଉଛି ।

- Advertisement -

ବରଫ ରାସ୍ତାରେ ଯାତ୍ରୀଙ୍କୁ ଟେଷ୍ଟ ଡ୍ରାଇଭର ସୁଯୋଗ ମିଳିବା ସହ -୧୩ଡିଗ୍ରୀରେ ମଧ୍ୟ କାର୍ ଚଳାଇ ହେବ । ଏଠାରେ ପବନର ବେଗ ଘଣ୍ଟା ପ୍ରତି ୧୦୦ କିମି । କ୍ରିଷ୍ଟାଲର ଏକ ଗ୍ଲୋବରେ କାରଟିକୁ ସୁରକ୍ଷିତ ପ୍ରଦର୍ଶନ ନିମନ୍ତେ ରଖାଯାଇଛି ।

୩ ଟନ୍ ଓଜନର ଏହି ଗ୍ଲୋବକୁ ହେଲିକପ୍ଟର ସହାୟତାରେ ଆଲପ୍ସ ପର୍ବତଶୃଙ୍ଗକୁ ଅଣାଯାଇଥିଲା । କମ୍ପାନୀ ମୁଖ୍ୟଙ୍କ କହିବାନୁସାରେ ଝଡ଼, ତୋଫାନ୍ ମଧ୍ୟ ଏହି ଗ୍ଲୋବ୍ ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ । ଏପ୍ରିଲ୍ ଶେଷ ପର୍ୟ୍ୟନ୍ତ ଏହି ଅସ୍ଥାୟୀ କାର୍ ଶୋରୁମ୍ ଖୋଲା ରହିବାର ଯୋଜନା ରହିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories