www.samajalive.in
Sunday, December 14, 2025
19.1 C
Bhubaneswar

ଜାଣନ୍ତୁ ‘ଲାଲ କିଲା’ ନାମକରଣ ପଛର ରହସ୍ୟ

ଦିଲ୍ଲୀର ପ୍ରମୁଖ ପର୍ୟ୍ୟଟନ ସ୍ଥଳ ଭାବେ ‘ଲାଲ କିଲା’ ୨୦୦୭ରେ ବିଶ୍ବ ଐତିହ୍ୟରେ ସ୍ଥାନ ପାଇଥିଲା। ୧୬୩୯ ମେ ୧୨ରେ ମୋଗଲ ବାଦଶାହା ଶାହାଜାହାନ୍ ଏହି କିଲାର ନିର୍ମାଣ କାର୍ୟ୍ୟର ମୂଳଦୁଆ ପକାଇଥିଲେ। ଅଧିକାଂଶ ଲୋକଙ୍କ ଧାରଣା ଯେ ଲାଲ କିଲା ନାମକରଣ ପଛର ରହସ୍ୟ ହେଉଛି କିଲାର ଲାଲ ରଙ୍ଗ। ହେଲେ ଐତିହାସିକ ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି। ‘ଲାଲ କିଲା’ର ପ୍ରକୃତ ରଙ୍ଗ ଧଳା ଥିଲା। ନିର୍ମାଣ ସମୟରେ ଚୂନପଥରରେ ଏହି କିଲାର କାମ ଆରମ୍ଭ ହୋଇଥିଲା। ତେବେ ଇଂରେଜ ଶାସନ ସମୟରେ କିଲାର ଅନେକାଂଶ ଭାଙ୍ଗିରୁଜି ଗଲା। ଏହାର ମରାମତି କରିବା ସହ କିଲାକୁ ଲାଲ ରଙ୍ଗ ଦେଇଥିଲେ ତତ୍କାଳୀନ ବ୍ରିଟିଶ୍ ସରକାର। ପରେ ଏହି କିଲା ‘ରେଡ୍ ଫୋର୍ଟ’ ଓ ‘ଲାଲ କିଲା’ ନାମରେ ପରିଚିତ ହୋଇଥିଲା। ମୋଗଲ ରାଜପରିବାର ଏହି କିଲାର ନାମକରଣ ‘କିଲା-ଏ-ମୁବାରକ’ ରଖିଥିଲା।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories