www.samajalive.in
Saturday, December 6, 2025
15.1 C
Bhubaneswar

ଶ୍ରୀମନ୍ଦିର ପରିଚାଳନା ବୈଠକ ; ୧୦୨ କୋଟିର ବଜେଟ୍ ଉପସ୍ଥାପିତ

ପୁରୀ : ଶୁକ୍ରବାର ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୧୯-୨୦ର ଶ୍ରୀମନ୍ଦିର ପାଇଁ ବଜେଟ୍ ଉପସ୍ଥାପିତ ହୋଇଛି । ଗଜପତି ମହାରାଜା ୧୦୨ କୋଟିର ବଜେଟ୍ ଉପସ୍ଥାପନା କରିଛନ୍ତି । ଶ୍ରୀମନ୍ଦିର ପାଇଁ ୭୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହା ସହ ଦାନ ଅର୍ଥ ବଢାଇବା ପାଇଁ ବଜେଟରେ ନିଷ୍ପତ୍ତି ହୋଇଛି । ୩୮ କୋଟି ଟଙ୍କା ଶ୍ରଦ୍ଧାଳୁଙ୍କ ପାଇଁ ଖର୍ଚ୍ଚ ହେବ ଏବଂ ସେବକ କଲ୍ୟାଣ ପାଣ୍ଠି ପାଇଁ ୫ କୋଟି ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି । ବଜେଟରେ ରଥଯାତ୍ରା ପାଇଁ ୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଗଜପତିଙ୍କ ପ୍ରାପ୍ୟ ପାଉଣା ସରକାରଙ୍କ ଦ୍ବାରା ଅନୁମୋଦିତ ହୋଇଛି । ବାର୍ଷିକ ୧୨ ଲକ୍ଷ ଟଙ୍କା ଗଜପତିଙ୍କୁ ପ୍ରଦାନ କରାଯିବା ବୋଲି ବଜେଟରେ ନିଷ୍ପତ୍ତି ହୋଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories