www.samajalive.in
Saturday, December 6, 2025
15.1 C
Bhubaneswar

ଶିଖ ବିରୋଧୀ ଦଙ୍ଗା ମାମଲା ; ୨୫ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : ଦିଲ୍ଲୀ ଶିଖ ବିରୋଧୀ ଦଙ୍ଗା ଅଭିଯୋଗରେ ଆଜୀବନ କାରାଦଣ୍ଡ କାଟୁଥିବା କଂଗ୍ରେସର ପୂର୍ବନେତା ସଜ୍ଜନ କୁମାରଙ୍କ ଜାମିନ ପିଟିସନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରାୟ ସଂରକ୍ଷିତ କରିଛନ୍ତି। ମାର୍ଚ୍ଚ ୨୫ ତାରିଖରେ ଏହାର ପରବର୍ତ୍ତି ଶୁଣାଣି କରାଯିବ। ସୂଚନାଯୋଗ୍ୟ ଯେ ଦିଲ୍ଲୀ ହାଇକୋର୍ଟ ଶିଖ ବିରୋଧୀ ଦଙ୍ଗା ମାମଲାରେ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ।
ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜର ଦୁଇ ଶିଖ ଅଙ୍ଗରକ୍ଷୀଙ୍କ ଦ୍ୱାରା ହତ୍ୟାକୁ ନେଇ ସମଗ୍ର ଭାରତରେ ଏକ ହିଂସାର ମାହୋଲ ଖେଳିଯାଇଥିଲା। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ପାଲମ କଲୋନୀରେ ରାଜ ନଗର ପାର୍ଟ-୧ରେ ୧୯୮୪ରେ ୫ଜଣ ଶିଖଙ୍କୁ ହତ୍ୟା ଓ ରାଜନଗର ପାର୍ଟ-୨ରେ ଗୁରୁଦ୍ୱାରରେ ଅଗ୍ନିକାଣ୍ଡ ଘଟଣାରେ ସଜ୍ଜନ କୁମାରଙ୍କୁ ଗିରଫ କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟ ଡିସେମ୍ବର ୧୭ ତାରିଖରେ ଆଜୀବନ କାରଦଣ୍ଡ ଶୁଣାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories