www.samajalive.in
Saturday, December 13, 2025
23.1 C
Bhubaneswar

‘ପାଇ’ ଗଣନାରେ ବିଶ୍ଵ ରେକର୍ଡ କଲେ ଏମା; ୩୧ ଖରବ ଅଙ୍କ ଛୁଇଁଲେ

ଟୋକିଓ: ‘ପାଇ’ର ଗଣନା କରି ବିଶ୍ଵ ରେକର୍ଡ କରିଛନ୍ତି ଗୁଗୁଲର କର୍ମଚାରୀ ଏମା ହାରୁକା। ଜାପାନ ନିବାସୀ ଏମା ଗୁଗୁଲର କ୍ଲାଉଡ କମ୍ପ୍ୟୁଟିଂ ସେବା ସହାୟତାରେ ୩୧ ଖରବ(୧ ଖରବ=୧୦ ହଜାର କୋଟି) ଅଙ୍କ ପର୍ଯ୍ୟନ୍ତ ଗଣନା କରିଛନ୍ତି। ଏହା ପୂର୍ବରୁ ୨୨ ଖରବ ଅଙ୍କ ପର୍ଯ୍ୟନ୍ତ ‘ପାଇ’ର ଗଣନା କରାଯାଇଥିଲା।

ଏମାଙ୍କ ‘ପାଇ’ ଗଣନା ପାଇଁ ୧୭୦ ଟେରାବାଇଟ(ଟିବି)ର ଡାଟା ଆବଶ୍ୟକ ପଡ଼ିଥିଲା।୨୫ ଭର୍ଚୁଆଲ ମେଶିନ ସହାୟତାରେ ୧୨୧ ଦିନରେ ଏମା ଏହି ଗଣନା ସମ୍ପୂର୍ଣ୍ଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ୧ ଟିବି ଡାଟାରେ ପାଖାପାଖି ୨ ଲକ୍ଷ ଗୀତ ରଖାଯାଇପାରିବ।

- Advertisement -
Image courtesy: google

ଏକ ବୃତ୍ତର ପରିଧିକୁ ଏହାର ବ୍ୟାସ ସହିତ ଭାଗ କରିବା ପରେ ଯେଉଁ ସଂଖ୍ୟା ମିଳେ ତାହା ହେଉଛି ‘ପାଇ’। ଏହାର ପ୍ରାରମ୍ଭିକ ଅଙ୍କ ୩.୧୪କୁ ଗଣିତରେ ବ୍ୟବହାର କରାଯାଏ। କିନ୍ତୁ ଏହାର ସମ୍ପୂର୍ଣ୍ଣ ମୂଲ୍ୟରେ ଅଙ୍କର ସଂଖ୍ୟା ବହୁତ ଅଧିକ। ଇଞ୍ଜିନିୟରିଂ, ଫିଜିକ୍ସ, ସୁପର କମ୍ପ୍ୟୁଟିଂ ଏବଂ ମହାକାଶ ଅନୁସନ୍ଧାନରେ ‘ପାଇ’ର ବ୍ୟବହାର କରାଯାଇଥାଏ।

ଗଣିତଜ୍ଞମାନଙ୍କ ମଧ୍ୟରେ ‘ପାଇ’ର ବିସ୍ତୃତ ସ୍ବରୂପର ଗଣନା କରିବା ଧାରା ପ୍ରଚଳିତ ରହିଆସିଛି। ଏମା କୁହନ୍ତି, ‘ପାଇ’ର ଗଣନା ପ୍ରତି ପିଲାବେଳୁ ମୋର ଇଚ୍ଛା ରହିଥିଲା। ମୁଁ ଆଶ୍ଚର୍ଯ୍ୟଚକିତ ରହିଛି। ମୁଁ ଏବେ ବି ‘ପାଇ’ର ବାସ୍ତବିକ ମୂଲ୍ୟ ବୁଝିବାକୁ ଚେଷ୍ଟା କରିଆସୁଛି। ଏହାର ଗଣନା କରିବା ଅତ୍ୟନ୍ତ କଠିନ କାର୍ଯ୍ୟ ଥିଲା। ‘ପାଇ’ର କୌଣସି ଶେଷ ନାହିଁ। ମୁଁ ଏହାର ଅଧିକ ବସ୍ତୃତ ରୂପ ଗଣନା କରିବାକୁ ଉଦ୍ୟମ କରିବି।

ଗୁଗୁଲ ପକ୍ଷରୁ ଏହି ଖବରକୁ ମାର୍ଚ୍ଚ ୧୪ ତାରିଖ ‘ପାଇ’ ଦିବସରେ ଏକ ବ୍ଲଗରେ ଶେୟାର କରାଯାଇଥିଲା। ‘ପାଇ’ର ପ୍ରଥମ ଅଙ୍କ ୩ ହୋଇଥିବାରୁ ବର୍ଷର ୩ୟ ମାସ ମାର୍ଚ୍ଚ ଏବଂ ଦଶମିକ ସ୍ଥାନରେ ୧୪ ଥିବାରୁ ମାସର ୧୪ ତାରିଖରେ ଏହି ଦିବସ ପାଳନ କରାଯାଉଛି।

Hot this week

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

Related Articles

Popular Categories