www.samajalive.in
Wednesday, December 10, 2025
16.1 C
Bhubaneswar

ସିଏସଟି ଷ୍ଟେସନରେ ଫୁଟ୍ ଓଭର ବ୍ରିଜ ଦୁର୍ଘଟଣା ; ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ମୁମ୍ବଇ : ମୁମ୍ବଇ ଫୁଟ୍ ଓଭର ବ୍ରିଜ ଭୁଶୁଡିବା ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଗୁରୁବାର ସନ୍ଧ୍ୟାରେ ଛତ୍ରପତି ଶିବାଜୀ ଟର୍ମିନସ (ସିଏସଟି) ରେଳ ଷ୍ଟେସନରେ ଫୁଟ୍ ଓଭର୍‌ ବ୍ରିଜ ଭାଙ୍ଗି ଯାଇ ଲୋକଙ୍କ ଉପରେ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମତ୍ୟୁ ଘଟିଥିବା ବେଳେ ୩୪ ଜଣ ଆହତ ହୋଇଥିଲେ । ଆହତଙ୍କୁ ନିକଟସ୍ଥ କିଙ୍ଗସ୍‌ ଜଜ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଏହି ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି । ଏହା ସହ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଏବଂ ମାଗଣାରେ ଚିକିତ୍ସା ଯୋଗାଇ ଦେବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହିତ ଘଟଣାର ତଦନ୍ତ ପାଇଁ ମଧ୍ୟ ଆଦେଶ ଦେଇଛନ୍ତି ।

- Advertisement -

ସିଏସଟି ରେଳ ଷ୍ଟେସନରେ ଫୁଟ୍ ଓଭର ବ୍ରିଜ ଦୁର୍ଘଟଣା ମାମଲାରେ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିଛନ୍ତି ଯେ, ଆଜି ସକାଳେ ଅର୍ଥାତ୍ ଗୁରୁବାର ସକାଳେ ଏହି ବ୍ରିଜ ଉପରେ ମରାମତି କାର୍ଯ୍ୟ ଜାରି ରହିଥିବା ସତ୍ତ୍ବେ ଏହାକୁ ବ୍ୟବହାର କରାଯାଇଥିଲା । ସବୁଠାରୁ ବଡ କଥା ହେଲା ୬ ମାସ ପୂର୍ବରୁ ଷ୍ଟ୍ରକଚରାଲ ଅଡିଟ୍ ରିପୋର୍ଟରେ ଏହି ବ୍ରିଜକୁ ଫିଟ୍ ବୋଲି ଘୋଷଣା କରାଯାଇଥିଲା।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories