ମାଓ ପ୍ରବଣ ଅଞ୍ଚଳରେ ନିର୍ବାଚନ ସମୟ ପରିବର୍ତ୍ତନ ପାଇଁ ସୁପାରିଶ କରାଯିବ

ଭୁବନେଶ୍ୱର: ଓଡ଼ିଶାର ମାଓ ପ୍ରବଣ ଅଞ୍ଚଳରେ ନିର୍ବାଚନ ସମୟରେ ପରିବର୍ତ୍ତନ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କୁ ସୁପାରିଶ କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରକାଶ କହିଛନ୍ତି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସମ୍ପୃକ୍ତ ଅଞ୍ଚଳରେ ନିର୍ବାଚନ ସମୟରେ ପରିବର୍ତ୍ତନ ହେଲେ ପୁଲିଂ ପାର୍ଟି, ନିର୍ବାଚନ ସାମଗ୍ରୀ ଏବଂ ଭୋଟରମାନେ ମଧ୍ୟ ସୁରକ୍ଷିତ ରହିପାରିବେ। ସୁରୁଖୁରୁରେ ଭୋଟ୍ ଗ୍ରହଣ ମଧ୍ୟ ହୋଇପାରିବ। ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ କୌଣସି ନୂତନ ଯୋଜନା ସରକାର ଘୋଷଣା କରିପାରିବେ ନାହିଁ। ନୂତନ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇପାରିବ ନାହିଁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।