www.samajalive.in
Saturday, December 13, 2025
27.1 C
Bhubaneswar

ଦୁଇ ବିବାହିତ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ଧର୍ମଗଡ : ଧର୍ମଗଡରେ ମଙ୍ଗଳବାର ଦୁଇଟି ପୃଥକ ସ୍ଥାନରେ ଦୁଇ ଜଣ ମହିଳା ଆତ୍ମହତ୍ୟା କରିଥିବା ଖବର ଶୁଣିବାକୁ ମିଳିଥିଲା। ଆତ୍ମହତ୍ୟା କରିଥିବା ଦୁଇ ଜଣ ମହିଳା ବିବାହିତା ହୋଇଥିବାବେଳେ ଜଣେ ନବ ବଧୁ ଅଟନ୍ତି। ୮ ଦିନ ତଳେ ସେ ବିବାହ କରିଥିଲେ।

ପ୍ରଥମେ ମିର୍ଜାପୁର-ବନ୍ଧପଡା ରାସ୍ତାର ଏକ ଗଛରେ ଲୋକମାନେ ଜଣେ ଝିଅର ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ। ଏନେଇ ତୁରନ୍ତ କୋକସରା ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲା। ତଦନ୍ତ ବେଳେ ମୃତ ଦେହ ନିକଟରୁ ଏକ ମୋବାଇଲ ମିଳିଥିଲା। ଖବର ନେବାରୁ ସେ ବିବାହିତ ଓ ତାଙ୍କ ଘର ନବରଙ୍ଗପୁର ଜିଲ୍ଳାର ରାଇଘର ଅଞ୍ଚଳର ବୋଲି ଜଣାପଡିଥିଲା। ମୃତକଙ୍କ ନାଁ ପ୍ରିୟା ସୋରି(୨୫)। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

- Advertisement -

ଦ୍ୱିତିୟ ଘଟଣାଟି ଘଟିଥିଲା ସେହି ସ୍ଥାନରୁ ମାତ୍ର ୨ କିମି ଦୂର ଧର୍ମଗଡ ବ୍ଳକ ଅନ୍ତର୍ଗତ ଜୟନ୍ତପୁର ପଞ୍ଚାୟତର କଲୋନିପଡାରେ। ଜଣେ ନବ ବିବାହିତା ନିଜ ଶୋଇବା ଘରେ ଆତ୍ମହତ୍ୟା କରିଥିବା ଖବର ମିଳିଥିଲା। ଗତ ୩/୩ରେ କୋକସରା ଥାନା ଅନ୍ତର୍ଗତ ଟେମରା ଗାଁର ଦେବ ଚଣ୍ଡିଙ୍କ ଝିଅ ତାରାକୁ କଲୋନିପଡାର ଗୋବିନ୍ଦ ଜାଲଙ୍କ ପୁଅ ସୁମନ୍ତ ଜାଲଙ୍କ ସହ ବୈଦିକ ରାତିନିତୀରେ ବିବାହ ହୋଇଥିଲା। ମଙ୍ଗଳବାର ସକାଳେ ତାରାଙ୍କ ଶ୍ୱଶୁର ଘରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଳା। ଶ୍ୱଶୁର ଘର ଲୋକ ତୁରନ୍ତ ଏନେଇ ମୃତ ତାରାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ପୁଲିସକୁ ଜଣାଇଥିଲେ। ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରି ମୃତକଙ୍କ ବାପା କୋକସରା ଥାନାରେ ଏକ ଏତଲା ଦେଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories