www.samajalive.in
Friday, December 12, 2025
15.1 C
Bhubaneswar

ପ୍ରଥମ ନିର୍ବାଚନ ର‍୍ୟାଲିରେ ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା

ଗାନ୍ଧୀନଗର : କଂଗ୍ରେସର ପୂର୍ବ ଉତ୍ତରପ୍ରଦେଶ ପ୍ରଭାରୀ ଏବଂ ସାଧାରଣ ସମ୍ପାଦକ ପଦ ଭାର ଗ୍ରହଣ କରିବା ପରେ ମଙ୍ଗଳବାର ଗୁଜୁରାଟଠାରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଜର ପ୍ରଥମ ନିର୍ବାଚନ ର‍୍ୟାଲିକୁ ସମ୍ବୋଧନ କରିଛନ୍ତି। ୧୦ ମିନିଟର ନିଜ ମାପଚୁପ ଅଭିଭାଷଣରେ ପ୍ରିୟଙ୍କା ଜାତିର ପିତା ମହାତ୍ମା ଗାନ୍ଧୀ, ପ୍ରେମ ଏବଂ ଅହିଂସା କଥା କହିବା ସହ ଶାସକ ବିଜେପି ଦଳକୁ ସମାଲୋଚନା କରିଛନ୍ତି।
ନିଜ ଅଭିଭାଷଣରେ ପ୍ରିୟଙ୍କା କହିଥିଲେ ଯେ ଦେଶ ଅପାଣଙ୍କର, ଯେଉଁ ଲୋକ ବଡ଼ ବଡ଼ କଥା କହୁଥିଲେ ତାଙ୍କୁ ପଚାର ଆମ ବ୍ୟାଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା କେବେ ଆସିବ। ୨ କୋଟି ନିଯୁକ୍ତିର ପ୍ରତିଶ୍ରୁତି କେଉଁଆଡେ ଗଲା। ନିର୍ବାଚନ ପାଇଁ ଆଗକୁ ଗୁରୁତ୍ୱବିହୀନ ପ୍ରସଙ୍ଗ ଉଠାଯିବ, ତେଣୁ ଏବେଠୁ ସଜାଗ ରହୁ। କାରଣ ଏହି ନିର୍ବାଚନ ଜରିଆରେ ଆପଣମାନେ ନିଜ ଭବିଷ୍ୟତ ଚୟନ କରିବାକୁ ଯାଉଛନ୍ତି। ଅଭିଭାଷଣ ଆରମ୍ଭରେ ପ୍ରିୟଙ୍କା କହିଥିଲେ ଯେ ଗୁଜୁରାଟରେ ପହଞ୍ଚିବା ପରେ ପ୍ରଥମେ ସାବରମତୀ ଆଶ୍ରମ ଯାଇଥିଲି। ସେଠାରେ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷ କଥା ଭାବି ଆଖିରେ ଲୁହ ଆସିଯାଇଥିଲା। ସ୍ୱାଧୀନତା ସଂଗ୍ରାମୀମାନେ ଦେଶ ପାଇଁ ନିଜ ଜୀବନ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ, ଦେଶ ପ୍ରେମ, ସଦଭାବନା, ଭାଇଚାରା, ପ୍ରେମର ଆଧାରରେ ଦେଶ ଗଠନ ହୋଇଥିଲା। ହେଲେ ଏବେ ଦେଶରେ ଯାହା ଘଟୁଛି ତାହା ଦେଖି ଦୁଃଖି ଲାଗୁଛି। ତେଣୁ ଭୋଟରମାନେ ସଜାଗ ରହିବା ଆବଶ୍ୟକ। ସଜାଗ ରହିଲେ ହିଁ ନିଜ ଭବିଷ୍ୟତ ଚୟନ କରିପାରିବ। ଆଗକୁ ଅପ୍ରାସଙ୍ଗିକ ପ୍ରସଙ୍ଗ ଉଠାଯିବ। ସଜାଗ ରହିଲେ ଏଭଳି ପ୍ରସଙ୍ଗକୁ ଏଡାଇ ଦିଆଯାଇପାରିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories