www.samajalive.in
Sunday, December 7, 2025
13.1 C
Bhubaneswar

ଭଗବାନ ବିଷ୍ଣୁଙ୍କର ‘ହରି’ ଓ ‘ନାରାୟଣ’ ନାମର ରହସ୍ୟ

ପୁରାଣରେ ଭଗବାନ ବିଷ୍ଣୁଙ୍କର ଭିନ୍ନ ଭିନ୍ନ ରୂପ ବିଷୟରେ ବର୍ଣ୍ଣନା କରାଯାଇଛି। କେଉଁ ରୂପରେ ବହୁତ ଶାନ୍ତ, ପ୍ରସନ୍ନ ଓ କୋମଳ ଏବଂ କେଉଁଥିରେ ଭୟଙ୍କର। କୁହାଯାଇଥାଏ, ଯେ ପ୍ରଭୁଙ୍କ ଶାନ୍ତ ସ୍ୱରୂପ ଯାହା କଠିନ ପରିସ୍ଥିତିରେ ସଭିଁଙ୍କୁ ଶାନ୍ତ ରହିବା ପାଇଁ ପ୍ରେରଣା ଦେଇଥାଏ। ସମସ୍ୟାର ସମାଧାନ ଶାନ୍ତ ରହି କରିବା ଦ୍ୱାରା ସଫଳତା ମିଳିଥାଏ। ଭଗବାନ ବିଷ୍ଣୁଙ୍କର ନାମ ନାରାୟଣ ଓ ହରି ହେବାର ରହସ୍ୟ ବିଷୟରେ ହୁଏତ ସଭିଏଁ ଜାଣିନଥିବେ। ଜାଣନ୍ତୁ ଏହାର ରହସ୍ୟ….
ଭଗବାନ ବିଷ୍ଣୁଙ୍କର ନାରାୟଣ ନାମର ରହସ୍ୟ….
ପ୍ରଭୁ ନିଜର ଭକ୍ତ ମାନଙ୍କ ଉପରେ ସର୍ବଦା କୃପା କରିଥାଆନ୍ତି। ତେଣୁ ତାଙ୍କୁ ଜଗତର ପାଳନକର୍ତ୍ତା ବୋଲି କୁହାଯାଇଥାଏ। ମାତ୍ର ପ୍ରଭୁଙ୍କୁ ଭକ୍ତମାନେ କେଉଁ କାରଣରୁ ନାରାୟଣ କହୁଥିବେ, ତାହା ସଭିଏଁ ହୁଏତ ଜାଣି ନଥିବେ। ଏପରି କହିବାର କାରଣ ହେଉଛି, ଏକ ପୌରାଣିକ କଥା ଅନୁଯାୟୀ ଜଳର ସୃଷ୍ଟି ଭଗବାନଙ୍କ ଠାରୁ ହୋଇଛି। ଜଳକୁ ‘ନୀର’ ବୋଲି କୁହାଯାଏ। ପ୍ରଭୁ ମଧ୍ୟ ଜଳରେ ବାସ କରିଥାଆନ୍ତି। ତେଣୁ ନୀର ଶବ୍ଦରୁ ସେହି ତାଙ୍କ ନାମ ନାରାୟଣ କୁହାଯାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ପ୍ରଭୁଙ୍କୁ ଭକ୍ତମାନେ ନାରାୟଣ କହିଥାଆନ୍ତି।
ଭଗବାନ ବିଷ୍ଣୁଙ୍କର ‘ହରି’ ନାମର ରହସ୍ୟ ….
ଭଗବାନ ବିଷ୍ଣୁଙ୍କୁ ହରି ବୋଲି ମଧ୍ୟ କୁହାଯାଏ। ହରିଙ୍କ ଉତ୍ପତ୍ତି ହର ଠାରୁ ହୋଇଛି। ଶାସ୍ତ୍ରରେ ବର୍ଣ୍ଣିତ ଏକ ଶ୍ଲୋକ ଅନୁଯାୟୀ, ହରି ଭଗବାନ ଆମ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଓ ପାପକୁ ଦୂର କରିଥାଆନ୍ତି। ତେଣୁ ପ୍ରଭୁ ବିଷ୍ଣୁଙ୍କୁ ହରି କୁହାଯାଇଥାଏ। ଶ୍ରଦ୍ଧା ପୂର୍ବକ ଶ୍ରୀ ହରିଙ୍କୁ ସ୍ମରଣ କରିବା ଦ୍ୱାରା ଭକ୍ତଙ୍କୁ ନିରାଶ ହେବାକୁ ପଡ଼ିନଥାଏ। କଷ୍ଟ ଓ ସମସ୍ୟା ଯେତେ କଠିନ ହେଲେ ମଧ୍ୟ ଭଗବାନ ସବୁକିଛି ଦୂର କରି ଦେଇଥାଆନ୍ତି।
ପ୍ରଭୁଙ୍କୁ ପ୍ରସନ୍ନ କରିବାର ଉପାୟ ….
ଗୁରୁବାର ଦିନ ସ୍ନାନ କରିବା ପରେ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ।
ବିଧିପୂର୍ବକ ପୂଜାର୍ଚ୍ଚନା କରନ୍ତୁ।
ପୂଜାରେ ହଳଦିଆ ପୁଷ୍ପ ବ୍ୟବହାର କରନ୍ତୁ।
ଘିଅର ଦୀପ ପ୍ରଜ୍ୱଳନ କରନ୍ତୁ।
ଭଗବାନଙ୍କର ଯେକୌଣସି ମନ୍ତ୍ରର ଜପ କରନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories