www.samajalive.in
Saturday, December 6, 2025
15.1 C
Bhubaneswar

ତ୍ବଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆଳୁର ବ୍ୟବହାର

ସାଧାରଣତଃ ସମସ୍ତେ ବିଶେଷ କରି ମହିଳାମାନେ ନିଜ ତ୍ବଚାକୁ ନେଇ ବହୁତ ସଚେତନ ଥାଆନ୍ତି। ତ୍ବଚାର ସୁନ୍ଦରତା ବଢାଇବା ପାଇଁ ଆମେ ଅନେକ ପନ୍ଥା ଆପଣାଇଥାଉ। ବେଳେବେଳେ ବହୁତ ଟଙ୍କା ଖର୍ଚ୍ଚ କରି ମଧ୍ୟ ଆମକୁ କୌଣସି ଲାଭ ମିଳି ନଥାଏ। ଯଦ୍ବାରା ଆମେ ନିରାଶ ହୋଇଯାଆନ୍ତି। ହେଲେ କ’ଣ ଆପଣ ଜାଣନ୍ତି, ଆମେ ନିତିଦିନ ଖାଦ୍ୟରେ ବ୍ୟବହାର କରୁଥିବା ଆଳୁ ତ୍ବଚାର ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ବିଶେଷ ଭାବେ ସହାୟକ ହୋଇଥାଏ। ଏହାର ସଠିକ୍ ଉପଯୋଗରେ ଚେହେରାର ନେକ ସମସ୍ୟା ଦୂର ହେବା ସହ ଉଜ୍ବଳ ଓ କୋମଳ ତ୍ବଚା ମିଳିଥାଏ। ତେବେ ଚାଲନ୍ତୁ ଜାଣିବା ତ୍ବଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆଳୁର ବ୍ୟବହାର ବିଷୟରେ –

ଗୋଟିଏ ଚାମଚ ଆଳୁରସ ସହିତ ଅଳ୍ପ କ୍ଷୀର ଏବଂ କିଛି ବୁନ୍ଦା ଗ୍ଳିସେରିନର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୦-୧୫ ମିନିଟ୍ ରଖିବା ପରେ ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ। ଏହାଦ୍ବାରା ମୁହଁରେ ଦେଖା ଦେଉଥିବା ଚର୍ମ କୁଞ୍ଚନ ବା ବୟସ୍କରେଖା ଦୂର ହୋଇଥାଏ। ଏହାକୁ ଆପଣ ନିୟମିତ ଳଗାଇପାରିବେ।

- Advertisement -

ଆଳୁକୁ ଗୋଲ ଆକାରରେ କାଟି ଆଖିରେ ଉପରେ ୧୦ ମିନିଟ୍ ରଖି ପରେ ହାଲକା ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା ଆଖି ତଳର କଳାପଣ ସମସ୍ୟା ଦୂର ହୋଇଥାଏ ।

ଆଳୁରସ ଏବଂ ଟମାଟୋ ରସକୁ ସମାନ ଭାଗରେ ମିଶାନ୍ତୁ। ଏହି ମିଶ୍ରଣକୁ ସବୁଦିନ ରାତିରେ ଶୋଇବା ବେଳେ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ ଏବଂ ସକାଳେ ସାଧା ପାଣିରେ ଧୋଇ ଦିଅନ୍ତୁ। ଏହା ମୁହଁରୁ ବ୍ରଣଦାଗ, କଳାଦାଗ ଏବଂ ବୟସ୍କରେଖା ଦୂର କରିବା ସହିତ ମୁହଁରେ ଗୋରାପଣ ଆଣିଥାଏ।

ଆଳୁରସ ସହିତ ୨ ଚାମଚ ଲେମ୍ବୁରସ ଓ ମୁଲତାନି ମାଟି ମିଶାଇ ପତଳା ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ଏହା ଶୁଖିଗଲା ପରେ ପାଣିରେ ଧୋଇ ଦିଅନ୍ତୁ। ଏହି ପେଷ୍ଟ ମୁହଁରୁ ସବୁ ପ୍ରକାର ଦାଗକୁ ଦୂର କରିବା ସହ ମୁହଁକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories