www.samajalive.in
Friday, December 12, 2025
14.1 C
Bhubaneswar

ଯବାନଙ୍କ ପ୍ରତିଶୋଧ; ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମୁଦାସିର ସମେତ ୩ ଆତଙ୍କୀ ନିହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଲୱାମାରେ ରବିବାର ବିଳମ୍ବିତ ରାତିରେ ଏନକାଉଣ୍ଟର ଘଟିଛି। ୮ଘଣ୍ଟା ଧରି ଗୁଳିବିନିମୟ ହେବା ପରେ ସୁରକ୍ଷା କର୍ମୀଙ୍କୁ ମିଳିଛି ସଫଳତା। ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ୩ ଆତଙ୍କବାଦୀ। ସେମାନଙ୍କ ମଧ୍ୟରେ ରହିଛି ପୁଲୱାମା ଆତ୍ମଘାତୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ଜୈଶ ଆତଙ୍କବାଦୀ ସଂଗଠନର କମାଣ୍ଡର ମୁଦାସିର ଖାନ। ସମସ୍ତ ଆତଙ୍କୀ ଜୈଶ ସଂଗଠନର ବୋଲି ଜଣାପଡ଼ିଛି। ଅନ୍ୟଜଣେ ନିହତ ହେଉଛନ୍ତି ସଜ୍ଜାଦ। ପୁଲୱାମା ଆକ୍ରମଣରେ ତାଙ୍କର ମଧ୍ୟ ହାତ ଥିଲା। ଆକ୍ରମଣରେ ଯେଉଁ କାର ବ୍ୟବହୃତ ହୋଇଥିଲା ତାହା ହେଉଛି  ସଜ୍ଜାଦଙ୍କ କାର। ମୁଦାସିର ଏବଂ ସଜ୍ଜାଦଙ୍କୁ ମାରି ସୁରକ୍ଷାକର୍ମୀମାନେ ପୁଲୱାମା ଆକ୍ରମଣର ଆଉ ଏକ ପ୍ରତିଶୋଧ ନେବାରେ ସଫଳ ହୋଇଛନ୍ତି।

- Advertisement -

ସୂଚନା ମୁତାବକ, ପୁଲୱାମାର ଟ୍ରାଲ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା। ଏହା ପରେ ସୁରକ୍ଷା କର୍ମୀମାନେ ପହଞ୍ଚ ସମ୍ପୃକ୍ତ ଅଞ୍ଚଳକୁ ଘେରିଯାଇଥିଲେ। ଫଳରେ ଆତଙ୍କବାଦୀମାନେ ଖସିବାକୁ ଉଦ୍ୟମ କରି ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏହା ଜବାବରେ ଯବାନମାନେ ମଧ୍ୟ ପ୍ରତିଆକ୍ରମଣ କରିଥିଲେ। ରାତିସାରା ଗୁଳିବିନିମୟ ଜାରି ରହିଥିଲା। ଏଥିରେ ୩ ଆତଙ୍କବାଦୀ ନିହତ ହୋଇଥିଲେ। ଘଟଣା ସ୍ଥଳରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏହା ସହ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂକୁ ମଧ୍ୟ ବଢ଼ାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ଫେବୃୟାରୀ ୧୪ରେ ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଗାଡି ଉପରେ ଆତ୍ମଘାତୀ ଆକ୍ରମଣ କରିଥିବା ଆଦିଲ ଅହମ୍ମଦ ଦାରଙ୍କ ସହ ମୁଦାସିରଙ୍କ ସମ୍ପର୍କ ଥିଲା। ଉଭୟେ ନିୟମିତ ଭାବେ ଯୋଗାଯୋଗରେ ଥିଲେ। ସେମାନେ ହିଁ ଏହି ଆକ୍ରମଣକୁ ଚୂଡ଼ାନ୍ତ ରୂପ ଦେଇଥିଲେ। ଆକ୍ରମଣ ପରେ ମୁଦାସିର ଆତ୍ମଗୋପନ କରିଥିଲେ। ଫେବୃୟାରୀ ୨୭ରେ ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ) ଟିମ୍‌ ତାଙ୍କ ଘରେ ଯାଞ୍ଚ  କରିଥିଲା। ୨୦୧୮ ଫେବୃୟାରୀରେ ସୁଞ୍ଜୱାନା ସେନା ଶିବିର ଆକ୍ରମଣରେ ମୁଦାସିର ସମ୍ପୃକ୍ତ ଥିବା କୁହାଯାଇଛି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories