www.samajalive.in
Friday, December 12, 2025
14.1 C
Bhubaneswar

ସ୍ଥିର ହୋଇପାରିଲା ନାହିଁ ଲକ୍ଷ୍ମୀପୁର ବିଧାନସଭାମଣ୍ଡଳୀର ବିଜେପି ପ୍ରାର୍ଥୀ

ଲକ୍ଷ୍ମୀପୁର: ବିଜେପି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଥିଲେ ମଧ୍ୟ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥୀ ଚୟନ ହୋଇ ପାରିନାହିଁ। ବିଧାନସଭା ନିର୍ବାଚନ ମଣ୍ଡଳିର ସମସ୍ତ ମଣ୍ଡଳ ସଭାପତିଙ୍କ ସହିତ ଶକ୍ତି କେନ୍ଦ୍ରର କାର୍ମକର୍ତାଙ୍କ ମତାମତ ଉପରେ ଯାହାଙ୍କ ନାମରେ ଅଧିକ ମତ ଆସିବ ତାଙ୍କରି ନାମକୁ ପ୍ରାର୍ଥୀ ଭାବରେ ରାଜ୍ୟକୁ ପଠାଯିବା ନିମନ୍ତେ ସ୍ଥିର ହୋଇଥିଲା। ଯେଉଁଠାରେ ରାଜ୍ୟ ସଂଗଠନ ଦାୟୀତ୍ୱରେ ଥିବା କିଛି ତୁଙ୍ଗ ନେତାଙ୍କ ସହିତ ଜିଲା ସଭାପତି ବିଜୟ ମିଶ୍ରଙ୍କ ସହିତ ବିଧାନସଭା ମଣ୍ଡଳିର ପ୍ରଭାରୀ, ବରିଷ୍ଠ ନେତା ଜୟରାମ ପାଙ୍ଗିଙ୍କ ସହିତ ଅନେକ ଜିଲା ସ୍ତରୀୟ ନେତା ମାନେ ଉପସ୍ଥିତ ଥିଲେ। ଏଥି ସହିତ ବିଧାୟକ ପ୍ରାର୍ଥୀ ଭାବେ ୬ ଜଣରୁ ଊର୍ଦ୍ଧ୍ବ ଆଶାୟୀମାନେ ମଧ୍ୟ ଉପସ୍ଥିତ ଥିଲେ। ଦଳର ଫର୍ମୁଲା ଅନୁଯାୟୀ ସମସ୍ତ ମଣ୍ଡଳ ସହିତ ଶକ୍ତି କେନ୍ଦ୍ରର କର୍ମକର୍ତାମାନେ ଯେଉଁ ଆଶାୟୀ ପ୍ରାର୍ଥୀଙ୍କ ସପକ୍ଷରେ ମତ ବାଢ଼ିବେ ତାଙ୍କୁହିଁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବ ବୋଲି ସ୍ଥିର କରାଯାଇଥିଲା। ଏଠାରେ ବିଧାୟକ ଭାବେ ପ୍ରାର୍ଥୀ ହେବାକୁ ଆଶାବାନ୍ଧିଥିବା ବିପିନ ମାଣ୍ଡିଙ୍ଗାଙ୍କ ସହିତ ଅନନ୍ତ ହୁଇକା, କୁମୁଦ ସାଉନ୍ତା, ଉଦୟ ହିକକା, ମହେଶ୍ୱର ହିକକା, କାମେଶ ତାଡ଼ିଙ୍ଗ୍‍, ଏବଂ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଶିବ ମୁଦୁଲି ପ୍ରମ୍ମୁଖ ଉପସ୍ଥିତ ଥିଲେ। ତେବେ ମତାମତ ସଂଗ୍ରହ କରି ପ୍ରାର୍ଥୀ ଚୟନ ହୋଇ ପାରି ନଥିବା ଜଣା ପଡିଛି। ତେବେ ନିର୍ବଚନ ଘୋଷଣା ହୋଇ ଯାଇଥିବାରୁ ଦଳ କେଉଁ ମାପଦଣ୍ଡକୁ ନେଇ କାହାକୁ ପ୍ରାର୍ଥୀ କରିବ ତାହା ଆଉ ଅଳ୍ପ ଦିନ ମଧ୍ୟରେ ଜଣା ପଡ଼ିଯିବ।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories