www.samajalive.in
Monday, December 15, 2025
16.1 C
Bhubaneswar

କୌଶଳ ବିକାଶ ଯୋଜନାରେ ଚାଷୀଙ୍କୁ ଡାଲିଚାଷ ପ୍ରଶିକ୍ଷଣ

କଳାପଥର(ବାଙ୍କୀ) : ବାଙ୍କୀ ବ୍ଲକ ଅନ୍ତର୍ଗତ ଗୋଳାଗଣ୍ଡ ପଞ୍ଚାୟତ ଅଧିନ ଅନ୍ଧାରୁଆ ଗ୍ରାମରେ ସେଞ୍ଚୁରିଆନ୍‍ ବିଶ୍ୱବିଦ୍ୟାଳୟ ଏବଂ ସ୍ନେହା ଏଜୁକେସନାଲ ଏବଂ ଚାରିଟେବୁଲ ଟ୍ରଷ୍ଟ୍‍ ମିଳିତ ଆନୁକୁଲ୍ୟରେ ଚାଲିଥିବା ପ୍ରଧାନମନ୍ତ୍ରୀ କୌଶଳ ବିକାଶ କାର୍ଯ୍ୟକ୍ରମରେ ଚାଷୀମାନେ ଶିକ୍ଷାଗ୍ରହଣ କରି ପ୍ରଥମ ପର୍ଯ୍ୟାୟରେ ଦକ୍ଷତା ଲାଭ କରିଛନ୍ତି। ୧୦ଦିନର ଶିବିର ପରେ ୪୮ଜଣ ପ୍ରଶିକ୍ଷାର୍ଥୀ ଏହି ଚାଷ ସମ୍ବନ୍ଧୀୟ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ନେହା ଏଜୁକେସନାଲ ଏବଂ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଭାସ ରଞ୍ଜନ ମହାନ୍ତି, ପ୍ରଶିକ୍ଷକ ଅଶିଷ କୁମାର ମହାପାତ୍ର, ମନୋ ରଞ୍ଜନ ପଣ୍ଡାଙ୍କ ପ୍ରତ୍ୟେକ୍ଷ ଉପସ୍ଥିତିରେ ଚାଷୀମାନେ କୌଶଳ ର ଅନୁଭବକୁ ମାନ୍ୟତା ପ୍ରଦାନ କରିବା ପାଇଁ ସାମିଲ ହୋଇଥିଲେ। ଆସ୍କି ସଦସ୍ୟ ସନ୍ତୋଷ ପଣ୍ଡା ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହି ପରୀକ୍ଷା କେନ୍ଦ୍ରର ସ୍ୱଚ୍ଚତାକୁ ପରଖିଥିଲେ। ପରୀକ୍ଷା ନିୟନ୍ତ୍ରକ ଭାବେ କୃଷିବିଜ୍ଞାନୀ ପି.କେ. ପରିଜା ଯୋଗଦେଇ ଚାଷୀମାନଙ୍କୁ ଏହି କାର୍ଯ୍ୟକ୍ରମ ଏବଂ ପାଠ୍ୟ ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ।ଚାଷୀମାନେ ଏଭଳି ଶିବିରରେ ଯୋଗଦାନ କରି କୁଶଳି ହୋଇ ଆତ୍ମନିର୍ଭର ଶୀଳ ହେବା ସହିତ ନିଜର ଆର୍ଥୀକ ବିକାଶକୁ ଶ୍ରମଦାନ କରି ଦ୍ୱିଗୁଣିତ କରିପାରିବେ ବୋଲି ଆଶାବାଦୀ ଅଛନ୍ତି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories