www.samajalive.in
Sunday, December 7, 2025
18.1 C
Bhubaneswar

ଯିଏ ନବୀନକୁ ହଟାଇବ ମୁଁ ତାଙ୍କ ସାଙ୍ଗରେ ରହିଛି ; ଦାମ ରାଉତ

ଭୁବନେଶ୍ୱର : ନବୀନଙ୍କୁ ହଟାଇବା ମୋର ଏକମାତ୍ର ଲକ୍ଷ୍ୟ । ଯିଏ ତାଙ୍କୁ ହଟାଇବ ମୁଁ ତାଙ୍କ ସାଙ୍ଗରେ ରହିବି । ଯଦି ବିଜେପି ବିକାଶ ସହ ଦୁର୍ନୀତିକୁ ହଟାଇବାକୁ ଆଗେଇ ଆଶିବ ତେବେ ମୁଁ ବିଜେପିକୁ ସମର୍ଥନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ ଗଣମାଧ୍ୟମରେ କହିଛନ୍ତି ।

ଦାମୋଦର ରାଉତଙ୍କ ବୟାନରେ ତାଙ୍କ ପୁଅ ସମ୍ବିତ ରାଉତ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଡକ୍ଟର ଦାମୋଦର ରାଉତ ଯେଉଁ ଦଳକୁ ଯିବେ ସେ ଦଳର ଭଲ ହେବ । ସେ ଟିକେଟ୍ ଆଶାୟୀ ନୁହଁନ୍ତି । ସେ ଅନ୍ୟ ଦଳରେ ମିଶିଲେ ଆମ ବାପ-ପୁଅ ସଂପର୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । କେବଳ ବିଚାରବୋଧର ଭିନ୍ନତା ଦେଖିବାକୁ ମିଳିବ ବୋଲି ସମ୍ବିତ ରାଉତ କହିଛନ୍ତି ।

- Advertisement -

ସୂଚନାଯୋଗ୍ୟ, ଶନିବାର ଦାମ ରାଉତ ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ । ତେଣୁ ଦାମ ରାଉଦ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି । ଏହାକୁ ମଧ୍ୟ ଦାମ ରାଉତ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରି ନାହାନ୍ତି । କେଉଁ ଦଳରେ ମିଶିବେ ତାହା ଚୂଡାନ୍ତ ହୋଇନାହିଁ । ହେଲେ ୨ରୁ ୩ ଦିନ ମଧ୍ୟରେ ତାହା ସ୍ପଷ୍ଟ ହେବ ବୋଲି ଦାମ ରାଉତ କହିଛନ୍ତି ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories