www.samajalive.in
Monday, December 15, 2025
15.1 C
Bhubaneswar

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ଯାତ୍ରୀଙ୍କୁ କ୍ଷତିପୂରଣ ବାବଦରେ ଇଣ୍ଡିଗୋ ଏୟାରଲାଇନ୍ସ କର୍ତ୍ତୃପକ୍ଷ ୫୦୦ କୋଟି ଟଙ୍କାରୁ ଅଧିକ ପ୍ରଦାନ କରିବେ ବୋଲି ଜଣାପଡିଛି। ଡିସେମ୍ବର ୩ରୁ ୫ ତାରିଖ ମଧ୍ୟରେ ବାତିଲ ହୋଇଥିବା ବିମାନ ପାଇଁ ଟିକଟ ବୁକ୍‌ କରିଥିବା ଏବଂ ବିଭିନ୍ନ ବିମାନ ବନ୍ଦରରେ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ଯାତ୍ରୀଙ୍କୁ ମୁଣ୍ଡପିଛା ୧୦ ହଜାର ଟଙ୍କାର ଟ୍ରାଭେଲ ଭାଉଚର (କୁପନ) ପ୍ରଦାନ କରାଯିବ ବୋଲି ଇଣ୍ଡିଗୋ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇସାରିଛି। ଏଭଳି ଯାତ୍ରୀଙ୍କ ବିମାନ ନିର୍ଦ୍ଧାରିତ ଯାତ୍ରା ସମୟର ଚବିଶ ଘଣ୍ଟା ମଧ୍ୟରେ ବାତିଲ ହୋଇଥିଲା। ଶୁକ୍ରବାର ଏୟାରଲାଇନ୍ସ ପକ୍ଷରୁ ଏକ୍ସ ଆକାଉଣ୍ଟରେ କରାଯାଇଥିବା ପୋଷ୍ଟ ଅନୁଯାୟୀ ପ୍ରଭାବିତ ଯାତ୍ରୀମାନେ ଯେପରି ସହଜରେ ଏବଂ ସ୍ବଚ୍ଛ ଉପାୟରେ ଭାଉଚର ପାଇବେ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଭଳି ଯାତ୍ରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଜାନୁଆରୀ ସୁଦ୍ଧା ସେମାନେ ଭାଉଚର ପାଇବେ ବୋଲି କୁହାଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦେଶ ମୁତାବକ ବାତିଲ ହୋଇଥିବା ବିମାନର ଯାତ୍ରୀଙ୍କୁ ଭଡା ଫେରସ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି। ଅଧିକାଂଶ ଯାତ୍ରୀ ଭଡା ଫେରସ୍ତ ପାଇସାରିଥିବାବେଳେ ଅନ୍ୟମାନଙ୍କୁ ଖୁବଶୀଘ୍ର ଏହା ପ୍ରଦାନ କରାଯିବ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।
ଅପରପକ୍ଷରେ ଶନିବାରଠାରୁ ଇଣ୍ଡିଗୋ ଦେଶବ୍ୟାପୀ ୨୦୦୦ ଉଡାଣ ଅଭିଯାନ ଆରମ୍ଭ କରିଛି। ପୂର୍ବରୁ ଦୈନିକ ୨୨୦୦ ଉଡାଣ ପାଇଁ ଇଣ୍ଡିଗୋକୁ ଅନୁମତି ମିଳିଥିଲା। ତେବେ ଡିସେମ୍ବର ପ୍ରଥମ ସପ୍ତାହରୁ ଯେଉଁ ଅବ୍ୟବସ୍ଥା ଉପୁଜିଥିଲା, ସେହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏହାର ଦୈନିକ ଉଡାଣ ସଂଖ୍ୟା ୧୦ ପ୍ରତିଶତ ହ୍ରାସ କରିଛନ୍ତି। ଶୁକ୍ରବାର ୧୯୫୦ଟି ଉଡାଣ କାର୍ଯ୍ୟକାରୀ ହୋଇଥିବା କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories