www.samajalive.in
Monday, December 15, 2025
27.1 C
Bhubaneswar

ମୈନପୁରୀରୁ ଲଢିବେ ମୁଲାୟମ !

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ପକ୍ଷରୁ ଶୁକ୍ରବାର ଦୁଇ ଦଫାରେ ଉତ୍ତରପ୍ରଦେଶର ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଦଳର ବର୍ଷିଆନ ନେତା ମୁଲାୟମ ସିଂହ ଯାଦବଙ୍କୁ ଅଜାମଗଡ଼ ବଦଳରେ ମୈନପୁରୀ ଆସନରୁ ପ୍ରାର୍ଥୀ କରାଯାଇଛି। ତେବେ ୨୦୧୪ରେ ମୁଲାୟମ ଉଭୟ ମୈନପୁରୀ ଓ ଅଜାମଗଡ଼ରୁ ପ୍ରାର୍ଥୀ ହୋଇଥିଲେ ଏବଂ ୨ଟି ଯାକ ଆସନରୁ ବିଜୟୀ ହୋଇଥିଲେ। ପରେ ସେ ମୈନପୁରୀରୁ ଇସ୍ତଫା ଦେଇଥିଲେ। ଉପନିର୍ବାଚନରେ ମୈନପୁରୀରୁ ଯାଦବଙ୍କ ପରିବାରର ତେଜ ପ୍ରତାପ ସିଂହ ଯାଦବ ବିଜୟୀ ହୋଇଥିଲେ।

ତେବେ ଏହି ପ୍ରଥମ ପ୍ରାର୍ଥୀ ତାଲିକାରେ ଦଳ ସଭାପତି ଅଖିଳେଶ ସିଂହ ଯାଦବଙ୍କ ପରିବାରର ୪ଜଣଙ୍କ ନାମ ରହିଛି। ପତ୍ନୀ ଡିମ୍ପଲ ଯାଦବଙ୍କୁ କେନୗଜ, ମୁଲାୟମଙ୍କ ଭଣଜା ଧର୍ମେନ୍ଦ୍ର ଯାଦବଙ୍କୁ ବାଦାୟୁଁ, ଭାଇ ରାମଗୋପାଳ ଯାଦବଙ୍କ ପୁଅ ଅକ୍ଷୟ ଯାଦବଙ୍କୁ ଫିରୋଜାବାଦ, ପୂର୍ବୀ ବର୍ମାଙ୍କୁ ଖେରୀ, ଉଷା ବର୍ମାଙ୍କୁ ହାର୍ଦୋଇ, କମଳେଶ କାଥେରିଆଙ୍କୁ ଇଟାୱା, ସବୀର ବାଲ୍ମିକୀଙ୍କୁ ବେହରିଚ୍‌, ଭାଇ ଲାଲଙ୍କୁ ରବର୍ଟସ୍‌ଗଞ୍ଜରୁ ପ୍ରାର୍ଥୀ କରାଯାଇଛି। ଅଖିଳେଶ ନିଜେ ଆଜାମଗଡ଼ରୁ ପ୍ରାର୍ଥୀ ହେବା ସମ୍ଭାବନା ରହିଛି। ଗୁରୁବାର କଂଗ୍ରେସ ପକ୍ଷରୁ ଆମେଥି ଓ ରାୟବରେଲି ସମେତ ରାଜ୍ୟର ୧୧ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ସମାଜବାଦୀ ପାର୍ଟି ତୁରନ୍ତ ଏଭଳି ପଦକ୍ଷେପ ନେଇଛି। ବହୁଜନ ସମାଜ ପାର୍ଟି ସହିତ ଆସନ ବୁଝାମଣା ପରେ ସମାଜବାଦୀ ପାର୍ଟି ଏହି ଦୁଇ ଆସନ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଛାଡ଼ି ଦେଇଛି। ଆମେଥିରୁ ରାହୁଲ ଗାନ୍ଧୀ ଓ ରାୟବରେଲିରୁ ସୋନିଆ ଗାନ୍ଧୀ ପ୍ରାର୍ଥୀ ହେ​ବେ‌।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories