www.samajalive.in
Saturday, December 13, 2025
23.1 C
Bhubaneswar

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ ଦୂରେଇ ଯାଇଛି। ରାସ୍ତା କଡ ହେଉ କି  ନାଳ ନର୍ଦ୍ଦମା, ଯେଉଁଠି ଦେଖିବ ସେଠି କୁଢ଼ କୁଢ଼ ମଇଳା ଆବର୍ଜନାରେ ପରିପୂର୍ଣ୍ଣ। ଜାତୀୟ ରାଜପଥ କଡରେ ଗଦା ଗଦା ମଇଳା ଆବର୍ଜନା ଯୋଗୁ ତାହା ପୁତ୍ତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି।

ରାସ୍ତାକଡ଼ରେ ଜମାହୋଇ ରହୁଥିବା ପ୍ଲାଷ୍ଟିକ ଜରି, ବୋତଲ ଆଦି ସହିତ ଯାବତୀୟ ବର୍ଜ୍ୟବସ୍ତୁ ଏବେ ଅଞ୍ଚଳର ପରିବେଶକୁ ପଦୂଷିତ କରିଥିବା ବେଳେ ବିଭିନ୍ନ ଜଳାଶୟଗୁଡ଼ିକ ମଧ୍ୟ ପ୍ରଦୂଷଣ ରୁ ବର୍ତ୍ତି ନାହିଁ । ଅତାବିରା ୱାର୍ଡ ନଂ ୪ସ୍ଥିତ ଦମଦମା ପୋଲ ଦେଇ ବହି ଯାଇଥିବା ନଲିଆରେ ଜମିରହିଛି। ଅନେକ ମଇଳା ଆବର୍ଜନା ସାଙ୍ଗକୁ ସ୍ୱଚ୍ଛ ପରିବେଶର ମୁଖ୍ୟ ପ୍ରତିବନ୍ଧକ ରୂପେ ବିବେଚିତ ପ୍ଲାଷ୍ଟିକ ଥଳି। ନାଳାରେ ଜମି ରହିଥିବା ପଲିଥିନରେ ଭର୍ତ୍ତି ହୋଇ ରହିଥିବା ମଇଳା ପଲିଥିନ ଭିତରେ ପଚି ଷଢ଼ି ରୋଗ ସୃଷ୍ଟିକାରୀ ଅଣୁଜୀବଗୁଡ଼ିକର ବୃଦ୍ଧି କରିବାରେ ବେଶ୍ ସହାୟକ ହେଉଛି। ଏହି ନାଳର ଗୋଟିଏ ପଟେ ଲୋକେ ଗାଧୋଉଥିବା ବେଳେ ଅନ୍ୟ ପଟରେ ଆବର୍ଜନା ପରିପୂର୍ଣ୍ଣ । ପୁଣି ଏହି ନାଳ ପାଣିରେ ମିଶୁଛି ସହର ର ଡ୍ରେନ ପାଣି । ଯାହାର ଦୁର୍ଗନ୍ଧ ମଧ୍ୟ ଅତିଷ୍ଠ କରୁଛି। ଦୀର୍ଘ ଦିନ ଧରି ଏହି ନାଳ ଭିତରେ ଆବର୍ଜନା ଜମି ରହିଥିଲେ ମଧ୍ୟ ଏନ୍ଏସି କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ଦୃଷି ଦେଇ ନାହାନ୍ତି । ଯାହାକୁ ନେଇ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ  ପରିବେଶ ପ୍ରତି ଏନ୍ଏସିର କାର୍ଯ୍ୟକଳାପ ଉପରେ ଅସନ୍ତୋଷ ପ୍ରକଟ କରିଛନ୍ତି। ସହରର ଆଧୁନିକୀକରଣକୁ ନେଇ ଚିନ୍ତା କରାଯାଉଥିବା ବେଳେ ଏହାର ପରିବେଶର ଚିତ୍ର ସ୍ଵଚ୍ଛତାର ବହୁ ଦୂରରେ । ତେଣୁ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories