ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ କରଣୀୟ। ଆହାର ରୁଚିକର ହେବ। ଆନନ୍ଦ ଉପଭୋଗ କରିପାରନ୍ତି। ସୁସ୍ଥ ରହିବେ।
ବୃଷ: ଶତ୍ରୁ ପରାଜିତ ହୋଇ ଶରଣାଗତ ହୋଇପାରେ। ଚିନ୍ତାଧାରା ଉଚ୍ଚମାନର ହେବ। ସମ୍ମାନିତ ହେବେ। ଆତ୍ମସଂଯମୀ ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ମିଥୁନ: ବିଭିନ୍ନ ସ୍ତରରୁ ସହାୟତା ମିଳିବ। ବାଣିଜ୍ୟ କାରବାରରୁ ପ୍ରଚୁର ଧନ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସମ୍ମାନିତ ହେବେ। ବିଦ୍ୟାଭ୍ୟାସୀ ହୋଇପାରନ୍ତି। ମଧ୍ୟମ ଧରଣର ଶୁଭଫଳ ମିଳିବ।
କର୍କଟ: ବନ୍ଧୁ ଦର୍ଶନ ମିଳିବ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ କଠିନ ଓ କଷ୍ଟସାଧ୍ୟ ହେଲେ ବି ତା’ର ମୂଲ୍ୟ ମିଳିବ। ସୁସ୍ଥ ଓ ନିରାମୟ ରହିବେ।
ସିଂହ: ଆର୍ଥିକ ସ୍ଥିତି ଉନ୍ନତ ମାନର ହେବ। ଦେବ ଦର୍ଶନ କରି ସମସ୍ତ କଳ୍ମଷ ଦୂର କରିପାରନ୍ତି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ସମ୍ମାନିତ ହେବେ।
କନ୍ୟା: ବିଭିନ୍ନ ସ୍ତରରୁ ସାହାଯ୍ୟ, ସହଯୋଗ ମିଳିବ। ଭୋଜନ ତୃପ୍ତିଦାୟକ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ମତିମାନ୍ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ତ୍ୟାଗଶୀଳ ହୋଇପାରନ୍ତି।
ତୁଳା: ଆୟ ଆଶାନୁରୂପ ହେବ। ବନ୍ଧୁ କିମ୍ବା ସରକାରୀ ସ୍ତରରୁ ସହାୟତା ମିଳିପାରେ। ଭୋଜନ ରୁଚିକର ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ବିଛା: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ଥଣ୍ଡାକଫଜିନତ ସାମାନ୍ୟ କ୍ଲେଶ ଭୋଗ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ ହେବ।
ଧନୁ: ଜ୍ଞାନ ପିପାସୁ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ନିଜ କର୍ମରେ କର୍ମଠ ଓ ଦକ୍ଷ ହେବେ।
ମକର: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଅାର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ଲାଭ କରିବେ।
କୁମ୍ଭ: କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ପାଇ ତା’ର ସଦ୍ ବ୍ୟବହାର କରିବେ ଓ ଲୋକପ୍ରିୟତା ଅର୍ଜନ କରିବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି।
ମୀନ: ଅର୍ଥାଭାବର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପାରିବାରିକ ସ୍ତରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ।



