www.samajalive.in
Sunday, December 14, 2025
14.1 C
Bhubaneswar

ଦଳକୁ ସଙ୍ଗଠିତ ରଖିବାକୁ ପ୍ରଫୁଲ୍ଲଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ଭଦ୍ରକରେ ବିଜେଡିକୁ ଲାଗିଛି ଝଟ୍‌କା । ୪ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ଦୋହଲିଯାଇଛି ବିଜେଡି ଗଡ଼। ଭଦ୍ରକରେ ଦଳକୁ ସଙ୍ଗଠିତ କରି ରଖିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି। ଭଦ୍ରକରେ ଦେଖାଦେଇଥିବା ସଙ୍କଟ ନେଇ ନବୀନ ନିବାସରେ ସୋମ‌ବାର ମାନସମନ୍ଥନ କରାଯାଇଛି। ବୈଠକ ପରେ ଦଳୀୟ ନେତା କହିଛନ୍ତି, ଯାହାର ମୂଲ୍ୟ ନାହିଁ ସେମାନେ ଦଳ ଛାଡୁଛନ୍ତି । ସମସ୍ତଙ୍କୁ ଅନୁରୋଧ ଦଳକୁ ମଜଭୁତ କର, ଦୁର୍ବଳ କରନାହିଁ। ବ୍ଲକ ଅଧ୍ଯକ୍ଷମାନଙ୍କୁ ବିଜେପିରେ ମିଶିବା ପାଇଁ ଚାପ ପ୍ରୟୋଗ କରାଯାଉଛି। ନିର୍ବାଚନରେ ଆମେ ଶତପ୍ରତିଶତ ଜିତିଥିଲୁ। ବିଜେପି ରାଜ୍ୟ ସଭାପତିଙ୍କ ଜିଲା ଭଦ୍ରକ। କାହାକୁ ମୂଳଚାଲ କରି ଆଉ କାହାକୁ ଚାକିରି ସ୍ତରରେ ହଇରାଣ କରି ଚାପ ପକାଯାଉଛି।

ସୂଚନାଯୋଗ୍ୟ, ୪ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେବା ପରେ ଭଦ୍ରକରେ ବିଜେଡିକୁ ଝଟ୍‌କା ଲାଗିଛି। ଆଗକୁ କିପରି ଆଉ କେହି ଦଳ ନ ଛାଡ଼ିବେ ସେନେଇ ଭଦ୍ରକ ବିଜେଡି ନେତାଙ୍କ ଚିନ୍ତା ବଢ଼ିଛି। ଏନେଇ ସୋମବାର ନବୀନ ନିବାସରେ ଭଦ୍ରକ ବିଜେଡି ନେତାଙ୍କ ସହ ନବୀନ ଆଲୋଚନା କରିଛନ୍ତି ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories