ନବରଙ୍ଗପୁର : ନବରଙ୍ଗପୁର ଝରି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବାରହା ଫାଶରେ ପଡ଼ି ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଯୋଗ୍ୟ, ଝରିଗାଁ ବ୍ଲକ ନାଗଯୋଡ଼ି ଗାଁରେ ବାରହା ମାରିବା ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା। ବୁଧବାର ରାତିରେ ବିଦ୍ୟୁତ ତାର ବିଛା ଯାଇଥିବା ରାସ୍ତାରେ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଦୁଇ ଜଣ ଯୁବତୀ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଚିକିତ୍ସା ପାଇଁ ଜିଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



