ଜୋହାନ୍ସବର୍ଗ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାରରେ ଜି-୨୦ଶୀଖର ସମ୍ମିଳନୀରେ ଯୋଗଦେବାକୁ ତିନି ଦିନ ପାଇଁ ଦକ୍ଷିଣ ଆଫ୍ରିକା ଯାତ୍ରା କରିଛନ୍ତି। ମୋଦୀଙ୍କର ଏହା ଦକ୍ଷିଣ ଆଫ୍ରିକାକୁ ଚତୁର୍ଥ ଗସ୍ତ। ଜି-୨୦ଶୀଖର ସମ୍ମିଳନୀରେ ଯୋଗଦେବାକୁ ଜୋହାନ୍ସବର୍ଗରେ ନରେଦ୍ର ମୋଦୀ ପହଞ୍ଚିଛନ୍ତି ।
। ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି । ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ୨୦ତମ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ସେଠାରେ ସମାନତା ଏବଂ ସ୍ଥିରତା’ ବିଷୟବସ୍ତୁ ଉପରେ ଆଲୋଚନା ଆଧାରିତ କରାଯାଇଛି । ଦକ୍ଷିଣ ଆଫ୍ରିକାରେ ବସବାସ କରୁଥିବା ଶ୍ୱେତାଙ୍ଗମାନଙ୍କୁ ନିର୍ଯାତନା କରାଯାଉଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ଜି୨୦ ସମ୍ମିଳନୀ କୁ ରାଷ୍ଟ୍ରପତି ଟ୍ରମ୍ପ ବର୍ଜନ କରିଛନ୍ତି ।
ଚୀନ୍ ରାଷ୍ଟପତି ସି ଜିନପିଙ୍ଗ ମଧ୍ୟ ସମ୍ମିଳନୀରେ ଯୋଗ ଦେଉନାହାଁନ୍ତି, । ମୋଦୀଙ୍କ ଗସ୍ତ ସମୟରେ ଦକ୍ଷିଣ ଆଫ୍ରିକାରେ ଭାରତର ସାଂସ୍କୃତିକ ପ୍ରଦର୍ଶନ କରାଯାଇଛି । ‘ସଂଯୁକ୍ତ ଭାରତର ତାଳ’ ପକ୍ଷରୁ ଏକ ଛୋ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭାରତର ୧୧ଟି ରାଜ୍ୟର ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ । ଦକ୍ଷିଣ ଆଫ୍ରିକାରେ ଭାରତୀୟ ସମ୍ପ୍ରଦାୟ କିପରି ଏହାର ମୂଳ ସଂସ୍କୃତି ଓ ପରମ୍ପରା ସହ ଯୋଡି ହୋଇ ରହିଛନ୍ତି ବୋଲି ମୋଦୀ ତାଙ୍କର ଅଭିଭାଷଣରେ ପ୍ରକାଶ କରିଛନ୍ତି ।
The Indian diaspora in South Africa is very happy with the Government of India’s decision of extending OCI facility up to 7th Generation Persons of Indian Origin in South Africa. Earlier, it was only available up to the 4th generation. This strengthens our enduring linkages with… pic.twitter.com/IW9uHknWTi
— Narendra Modi (@narendramodi) November 21, 2025
ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଅର୍ଥନୈତିକ ଅଭିବୃଦ୍ଧି, ଜଳବାୟୁ ସ୍ଥିରତା ଏବଂ କୃତ୍ରିମ ବୁଦ୍ଧିମତ୍ତା ଉପରେ ତିନୋଟି ଅଧିବେଶନରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି । ବୈଦେଶିକ ମନ୍ତ୍ରାଳୟର ଏକ ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜି-୨୦ର ବୈଠକରେ ଭାରତର ଦୃଷ୍ଟିକୋଣ ରଖିବେ। ଶିଖର ସମ୍ମିଳନୀର ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଜୋହାନ୍ସବର୍ଗରେ ଅନ୍ୟ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ରହିଛି। ସେ ଦକ୍ଷିଣ ଆଫ୍ରିକା ଦ୍ୱାରା ଆୟୋଜିତ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା ନେତାଙ୍କ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ।



