www.samajalive.in
Saturday, December 6, 2025
14.1 C
Bhubaneswar

ରିଲିଜ୍‍ ହେଲା ‘ବ୍ରହ୍ମାସ୍ତ୍ର’ର ପ୍ରଥମ ଟିଜର

ମୁମ୍ବଇ : ଅମିତାଭ ବଚ୍ଚନ, ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ପ୍ରଥମ ଟିଜର ବୁଧବାର ରିଲିଜ୍‍ ହୋଇଛି। ପୂର୍ବରୁ ମହାଶିବରାତ୍ରି ଅବସରରେ ପ୍ରୟାଗରାଜ କୁମ୍ଭରେ ବିଶେଷ ଭାବେ ଚଳଚ୍ଚିତ୍ରର ଲୋଗୋ ଜାରି କରାଯାଇଥିଲା। ଏହି ଚଳଚ୍ଚିତ୍ର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ଡ୍ରିମ୍‍ ପ୍ରୋଜେକ୍ଟ ଓ ଯାହାର ପ୍ରସ୍ତୁତି ଜୋର୍‍ରେ ଚାଲିଛି।

ଏହା ପୌରାଣିକ ଗାଥା ସହ ଜଡ଼ିତ ଏକ ଅଲୌକିକ କାହାଣୀ। ଟିଜରରେ ରଣବୀର କପୁରଙ୍କ ସ୍ୱର ପ୍ରଥମେ ଶୁଣିବାକୁ ମିଳିଛି। ସୂଚନା ଅନୁସାରେ, ଚଳଚ୍ଚିତ୍ର ୩ଟି ଭାଗରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ରରେ ତେଲୁଗୁ ଅଭିନେତା ନାଗାର୍ଜୁନ ଓ ମୌନୀ ରୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହା ଚଳିତ ବର୍ଷ ଖ୍ରୀଷ୍ଟମାସ ଅବସରରେ ଅର୍ଥାତ୍‍ ୨୫ ଡ଼ିସେମ୍ବରରେ ମୁକ୍ତିଲାଭ କରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories