www.samajalive.in
Saturday, December 6, 2025
23.1 C
Bhubaneswar

ଚାନ୍ଦବାଲି ମାଟିର ଝିଅ ପୂଜାରାଣୀ ଦାସ ଓଡିଶା ମହିଳା କ୍ରିକେଟ ଦଳକୁ ମନୋନୀତ

ଧାମରା: ଚାନ୍ଦବାଲି ମାଟିର ଝିଅ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ ପୂଜାରାଣୀ ଦାସ ଓଡିଶା କ୍ରିକେଟ୍ ଆସୋସିଏସନ୍ ଦ୍ଵାରା ପରିଚାଳିତ ୟୁ-୨୩ ଦଳରେ ସ୍ଥାନ ପାଇଛନ୍ତି। ଚାନ୍ଦବାଲି ବାଲିଗାଁ ଗାଁର କିଶୋର ଦାସଙ୍କ ସୁକନ୍ୟା ପୂଜା ୨୦୧୭ ମସିହାରୁ କ୍ରିକେଟ ଖେଳ ପ୍ରତି ରୁଚି ରଖି ଖେଳ ଆରମ୍ଭ କରିଥିଲେ। କଠିନ ପରିଶ୍ରମ ଓ ସଠିକ୍ କୋଚ୍ ପାଇ ସେ ବ୍ଲକ ଏବଂ ଜିଲ୍ଲା ସ୍ତରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପିତା କିଶୋର ଓ କୋଚ୍ ସିରଜୁଦ୍ଦିନଙ୍କ ପ୍ରେରଣା ପାଇ ସେ ଓଡିଶା ରାଜ୍ୟ କ୍ରିକେଟ ୟୁ-୧୭ ଓ ୟୁ-୧୯ ରେ ମଧ୍ୟ ଖେଳିବା ପାଇଁ ସୁଯୋଗ ପାଇଥିଲେ। ତାଙ୍କର ଉନ୍ନତମାନର କ୍ରିକେଟ୍ ପ୍ରଦର୍ଶନ ପାଇଁ ତାଙ୍କୁ ଓଡିଶା ସିନିୟର୍ ମହିଳା କ୍ରିକେଟ ଦଳରେ ସ୍ଥାନ ମିଳିଛି। ଫଳରେ ଚାନ୍ଦବାଲି ତଥା ଭଦ୍ରକ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କର ଏହି ସଫଳତା ହାସଲ ପାଇଁ ବିଶିଷ୍ଟ କ୍ରୀଡା ସଂଗଠକ ଅମୂଲ୍ୟ କୁମାର ରାଉତ, ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ,କ୍ରୀଡାବିତ୍ ବିକ୍ରମ କେଶରୀ ଦାଶ ଏବଂ ଚାନ୍ଦବାଲି କ୍ରିକେଟ ଆସୋସିଏସନ୍ ଓ ଚାନ୍ଦବାଲି ଆଥଲେଟିକ୍ ଆସୋସିଏସନ୍ ତରଫରୁ ପୂଜାରାଣୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories