www.samajalive.in
Friday, December 12, 2025
15.1 C
Bhubaneswar

ସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ଭୁବନେଶ୍ଵର: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, କ୍ଷତିପୂରଣ ରାଶି ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ ସରକାର ସମୀକ୍ଷା କରୁଛନ୍ତି। ଏହି ରାଶି ବୃଦ୍ଧି ପାଇଁ ଓଡ଼ିଶା ସରକାର ପୂର୍ବରୁ କେନ୍ଦ୍ରକୁ ଚିଠି ଲେଖି ସୁପାରିଶ କରିଥିଲେ।
ବର୍ତ୍ତମାନ କ୍ଷତିପୂରଣ ରାଶି ୪ ଲକ୍ଷ ମିଳୁଥିବାବେଳେ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିସ୍‌ ହୋଇଛି।

ଏ ନେଇ ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନ୍ ଆସିଥିବା ସୂଚନା ମିଳିଛି। ସୁପ୍ରିମକୋର୍ଟ ଏକ ନିର୍ଦ୍ଦିଷ୍ଟ ମାମଲାରେ ନିର୍ଦେଶ ଦେଇଥିବା କହିଛନ୍ତି ସୁରେଶ ପୂଜାରୀ। ବଜ୍ରାଘାତ ଏବଂ ପାଣିରେ ବୁଡି ମୃତ୍ୟୁ ହେଲେ ମଧ୍ୟ ସମାନ କ୍ଷତିପୂରଣ ମିଳିବ।
ଥରେ ସଂଶୋଧିତ କ୍ଷତିପୂରଣ ଢାଞ୍ଚା ଅନୁମୋଦନ ହେବା ପରେ ଏହା ସାରା ଦେଶରେ ଲାଗୁ ହେବ। ଏହା ବ୍ୟତୀତ, ସୁପ୍ରିମକୋର୍ଟ ଏହି ବର୍ଷ ଜାନୁଆରୀରେ ଆଣ୍ଟି-ଭେନମ୍ ସମେତ ସାପ କାମୁଡ଼ା ଚିକିତ୍ସା ସୁବିଧା ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ କରାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories