www.samajalive.in
Wednesday, December 10, 2025
18.1 C
Bhubaneswar

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗାଁରେ ଅଭାବନୀୟ ଘଟଣା ଘଟିଛି। ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ଜଣେ ୪ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ମୃତକ ମୁସୁମାହା ପଡାର ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ଶିଶୁ ବିଗିଲ ପ୍ରଧାନ ବୋଲି ଜଣାପଡିଛି।
ସବୁଦିନ ଭଳି ବିଗିଲଙ୍କ ବାପା ଏକ ଚିପ୍ସ ପ୍ୟାକେଟ ପୁଅ ପାଇଁ ନେଇ ରଖିଥିଲେ। ବିଗିଲ ଉକ୍ତ ଚିପ୍ସ ପ୍ୟାକେଟରେ ଥିବା ଏକ ବନ୍ଧୁକ ଖେଳନାକୁ ଖେଳୁଥିବାବେଳେ ଅସାବଧାନତାରେ ଗିଳିଦେଇଥିଲେ। ତାହା ତାଙ୍କ ତଣ୍ଟିରେ ଅଟକିଯାଇଥିଲା । ସେ ନିଶ୍ୱାସ ପ୍ରଶ୍ୱାସ ନେବା ମୁସ୍କିଲ ହୋଇପଡ଼ିଥିଲା। ତାଙ୍କ ବାପା ଓ ମା’ ଅଟକିଯାଇଥିବା ଖେଳନାକୁ ବାହାର କରିବାକୁ ଉଦ୍ୟମ କରି ଶେଷରେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories