www.samajalive.in
Friday, December 5, 2025
20.1 C
Bhubaneswar

କୋଲକାତା ଟେଷ୍ଟ ହାରିଲା ଭାରତ

କୋଲକାତା: କୋଲକାତାରେ ଅଢେଇ ଦିନରେ ଲଢେଇ ହାରିଲା ଭାରତ। ଇଡେନ ଗାର୍ଡେନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୩୦ ରନରେ ଭାରତକୁ ପରାସ୍ତ କରିଛି । ଘରୋଇ ମାଟିରେ ମାତ୍ର ୧୨୪ ରନ୍ନ କରିନପାରି ଭାରତ ପରାସ୍ତ ହୋଇଛି। ୧୫ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ମ୍ୟାଚ୍ ଜିତିଛି ଦକ୍ଷିଣ ଆଫ୍ରିକା। ୨ ମ୍ୟାଚ ବିଶିଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ର ଅଗ୍ରଣୀ ହାସଲ କରିଛି ।
ଭାରତ ୧୨୪ ରନର ଲକ୍ଷ୍ୟକୁ ପିଛା କରି ୯୩ ରନରେ ଅଲଆଉଟ ହୋଇଯାଇଛି । ଶୁଭମନ ଗିଲ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସି ନଥିଲେ । ୱାଶିଂଟନ ସୁନ୍ଦର ସର୍ବାଧିକ ୩୧ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୨୬, ରବୀନ୍ଦ୍ର ଜାଡେଜା ୧୮, ଧ୍ରୁବ ଜୁରେଲ ୧୩ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଭାରତୀୟ ବ୍ୟାଟରଙ୍କ ଶୋଚନୀୟ ପ୍ରଦର୍ଶନକୁ ନେଇ ନୈରାଶ୍ୟ ପ୍ରଦର୍ଶନ ହୋଇଛି।

ଦକ୍ଷିଣ ଆଫ୍ରିକା ପକ୍ଷରୁ ସିମୋନ ହାର୍ମର ୪ଟି ୱିକେଟ ନେଇଥିଲେ । ମାର୍କୋ ୟାନସେନ ଓ କେଶବ ମହାରାଜ ୨ଟି ଲେଖାଏଁ ଏବଂ ଆଇଡେନ ମାର୍କରାମ ଗୋଟିଏ ୱିକେଟ ହାସଲ କରିଥିଲେ ।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୫୯ ରନ କରିଥିଲା । ଏହାର ଜବାବରେ ଭାରତ ୧୮୯ ରନ କରିବାକୁ ସକ୍ଷମ ହୋଇଥିଲା ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories