www.samajalive.in
Saturday, December 6, 2025
15.1 C
Bhubaneswar

ରାଜସ୍ବ ଲୋଡ଼ା ନା ବିନାଶ ?

ଓଡ଼ିଶାକୁ ମଦମୁକ୍ତ କରିବାକୁ ବିଭିନ୍ନ ସ୍ତରରେ ଅଭିଯାନ ଚାଲୁଛି। କରୋନା ମାହାମରୀ କାରାଣରୁ ଏହି ଅଭିଯାନ ଶିଥିଳ ହୋଇଯାଇଥିଲା। କରୋନା ସିନା ଗଲା, ମଦର ବନ୍ୟା ଅତି ବେଗରେ ବଢ଼ି ବଢ଼ି ଚାଲିଛି ଏବଂ ଏହାର ଆତଙ୍କ ଆହୁରି ବ୍ୟାପକ ହେଉଛି। କାରଣ ସରକାର ଏହାକୁ ବଢ଼ାଇ ଚାଲିଛନ୍ତି। ସାଧାରଣ ଲୋକେ ରାଜ୍ୟର ଆୟବ୍ୟୟ ହିସାବ ଜାଣୁନଥିବାରୁ, ସେମାନେ କହନ୍ତି ଯେ ସରକାର ମଦ କାରବାରରୁ ନତୁବା ମଦକୁ ପ୍ରୋତ୍ସାହନ ଦେଇ ଅବକାରୀ ରାଜସ୍ୱରୁ ବହୁ ଆୟ କରୁଥିବାରୁ ଏ ଫନ୍ଦି ଚଳାଇଛନ୍ତି। ବିକାଶ ତଥା ଜନକଲ୍ୟାଣ ନିମନ୍ତେ ସରକାରଙ୍କର ବହୁ ପଇସା ଦରକାର ଥିବାରୁ ମଦକୁ ପ୍ରୋତ୍ସାହନ ପ୍ରଦାନ ବା ନିଶା ପ୍ରସାରଣ ଛଡା ସରକାରଙ୍କର ଅନ୍ୟ ଗତି କିଛି ନାହିଁ ବୋଲି ଯାହା କୁହାଯାଉଛି, ତାହା ଗୋଟିଏ ନିରୁତା ମିଛ ଛଡା ଅନ୍ୟ କିଛି ନୁହେଁ। ମାତ୍ର ଏହା ଆମକୁ ଜଣାନାହିଁ ଯେ ରାଜ୍ୟ ସରକାର ବର୍ଷକୁ ଦେଢ ଲକ୍ଷ କୋଟିରୁ ଅଧିକ ଖର୍ଚ୍ଚ କରୁଛନ୍ତି। ଏ ​‌େ​‌କ୍ଷତ୍ରରେ ଗୋଟିଏ ସରଳ ତର୍କ ହେଲା ଯେ ଅବକାରୀ ଆୟ ବାବଦରୁ ଅଥବା ମଦ ବନ୍ଦ କରିଦେଲେ ସରକାର ତିନି/ଚାରି ହଜାର କୋଟି ଟଙ୍କା ହରାଇବେ। ଏଥିରେ ସବୁକିଛି ଅଚଳ ହୋଇଯିବ କି ? କିନ୍ତୁ ସରକାର ରାଜସ୍ୱ ହାନି କଥା ଉଠାଇ କହୁଛନ୍ତି ଯେ, ବିଶୁଦ୍ଧ ମଦ ନ ଯୋଗାଇଲେ ଓଡ଼ିଶାକୁ ବିପୁଳ ଚୋରା ମଦ ଆସିବ। ଚୋରା ମଦ ସହିତ ବ୍ୟାପକ ବିଷାକ୍ତ ମଦ ଥାଏ। ଏଣୁ ଚୋରା ମଦ ଖାଇ ବହୁ ଲୋକ ମରିଯିବେ; ହେଲେ ସରକାର ହଜାର ହଜାର କୋଟି ରାଜସ୍ୱ ହାରାଇବା ସାରହେବ।

ଏହି ପ୍ରସଙ୍ଗରେ ସରକାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ନଦେବା ଉଚିତ ହେଉନାହିଁ। ଗାନ୍ଧୀଜୀ କହିଥିଲେ ଯେ ଦେଶ ସ୍ୱାଧୀନତାର ପ୍ରଥମ ଚରଣରେ ହିଁ ନିଶାନିବାରଣ ଆଇନ ପ୍ରଣୟନ ହେବା ଆବଶ୍ୟକ। ମଦ ନିଶା ରଷ୍ଟ୍ର ତଥା ସମାଜ ସାମ୍ନାରେ ବିନାଶର ଉଗ୍ରରୂପ ନେଇ ଠିଆ ହୋଇଛି ବୋଲି ସେ କହୁଥିଲେ। ଏବେ ନିଶାନିବାରଣ ଅଇନ ବଳବତ୍ତର ଥିବା ଗୁଜରାଟ ଏବଂ ବିହାର ରାଜ୍ୟର ସ୍ଥିତି ଅନୁଧ୍ୟାନ କରାଯାଉ। ସମୟ ସମୟରେ ଏହି ରାଜ୍ୟମାନଙ୍କରେ ମଧ୍ୟ ଚୋରାମଦ ଖାଇ ଲୋକେ ମରୁଥିବାରୁ, ସେଠାରେ ବି ନିଶାନିବାରଣ ଆଇନ ବ୍ୟର୍ଥ ହୋଇଛି ବୋଲି ନିଶାନିବାରଣ ବିରୋଧୀ ମତବାଦୀମାନେ କହନ୍ତି। ପାଖ ପଡୋଶୀ ରାଜ୍ୟରେ ଚୋରାମଦ ପ୍ରଚଳନ ଥିବାରୁ ସେଠାରୁ ଚୋରାମଦ ଆସିବା ସତ୍ୟ। ଏହା ସତ୍ତ୍ବେ ପରିସଂଖ୍ୟାନ ଯାହା କହେ ବିହାରରେ ନିଶାନିବାରଣ ବହୁ ଭାବରେ ସଫଳ ହୋଇଛି। ଗୁଜରାଟର ଅହମଦାବାଦରେ ରାତିରେ ମହିଳାମାନେ ନିର୍ଭୟରେ ଯାତାୟାତ କାରୁଛନ୍ତି। ଖୁବ୍‌ କଠୋର ଭାବରେ ଧରାଧରି ନହେଲେ ବି ବସ୍‌‌ଷ୍ଟାଣ୍ଡ ଓ ଷ୍ଟେସନରେ ପୁଲିସ୍‌‌ ଯାତ୍ରୀଙ୍କ ନିକଟରେ ମଦ ଅଛି କି ନାହିଁ ତଦାରଖ କରିଥାନ୍ତି।

- Advertisement -

ସରକାରୀ ହିସାବ ଅନୁସାରେ ଅମ ରାଜ୍ୟର ପ୍ରାୟ ଷାଠିଏ ଲକ୍ଷ ଲୋକ ମଦ୍ୟପ। ୫/୭ ବର୍ଷ ଧରି ମଦ୍ୟପାନ କଲେ ମଦ୍ୟପର ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇ ସେ ନାନା ପ୍ରକାର କର୍କଟ ରୋଗରେ ଆକ୍ରାନ୍ତ ହୋଇ ୩୦/୪୦ ବର୍ଷ ପୂର୍ବରୁ ମୃତ୍ୟୁବରଣ କରେ। ପୂର୍ବୋକ୍ତ ୬୦ ଲକ୍ଷ ଲୋକଙ୍କ ମଧ୍ୟରୁ ମରୁଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ। ବିଷାକ୍ତ ମଦ ପିଇ ମରୁଥିବା ଲୋକଙ୍କ ଖବର ସମ୍ବାଦ ପତ୍ରରେ ପ୍ରାୟ ପ୍ରକାଶ ପାଏନାହିଁ। ଖାଲି ମୃତ୍ୟୁ ନୁହେଁ ମଦ ଜନିତ ମୃତ୍ୟୁ ଛଡ଼ା ମଦକାରଣରୁ ସାମାଜିକ ଓ ଅର୍ଥନୈତିକ ମାନଦଣ୍ଡ ଯେଭଳି ଭୁଶୁଡି ପଡୁଛି, ଏହା ସବୁଠାରୁ ବଡ ଚିନ୍ତାର କାରଣ ହୋଇଛି। ନିର୍ବାଚନ କାଳରେ ମଦ, ମାଂସ, ଟଙ୍କା ଆଦି ଛଡା ବିକାଶ ମୂଳକ କାର୍ଯ୍ୟର ପ୍ରଚାର ପାଇଁ ସରକାର ଯେତେ ଟଙ୍କା ଖର୍ଚ୍ଚ କରୁଛନ୍ତି, ସେ ସବୁ ତୁଳନାରେ ମଦ କାରଣରୁ ଲୋକେ ଶହେ ଗୁଣ ଅଥିକ କ୍ଷତି ସହୁଛନ୍ତି। ସମସ୍ତେ ଏହି କଥାଟିକୁ ଭଲଭାବରେ ହୃଦୟଙ୍ଗମ କରିବାର ଆବଶ୍ୟକତା ରହିଛି ଯେ ବିହାର ଭଳି ଗରିବ ରାଜ୍ୟ ଯଦି ମଦ ବନ୍ଦ କରିଦେଇ ଅଚଳ ହୋଇପଡ଼ିନି, ତାହେଲେ ଓଡ଼ିଶା କାହିଁ ପାରିବ ନାହିଁ ? ଏହା ଅବଶ୍ୟ କଷ୍ଟକର କାର୍ଯ୍ୟ। ଅବକାରୀ ଆୟ ବିନା ଆମ ରାଜ୍ୟ ସରକାର ଯେ ଚଳିଯାଇ ପାରିବେ, ଏହା ବୁଝି ବଝାଇବାକୁ ହେବ। ସମ୍ପ୍ରତି ରାଜ୍ୟରେ ଚାଲୁଥିବା ବିଜେପି ସରକାର ଲୋକଙ୍କର ଏ ସ୍ୱାଭାବିକ ପ୍ରଶ୍ନର ଉତ୍ତର ଦେବାକୁ ଅବଶ୍ୟ ପଡ଼ିବ ଯେ ଦଳର ନିର୍ବାଚନ ଘୋଷଣାପତ୍ରରେ ଦେଇଥିବା ନିଶାନିବାରଣ ପ୍ରତିଶ୍ରୁତି ପୂରଣ କରିବା କ୍ଷତ୍ରରେ ତାଙ୍କ ସାମ୍ନାରେ ପ୍ରତିବନ୍ଧକ କଣ?

ରାଜ୍ୟ ସରକାର ଯଦି ଜନଳଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ତା’ହେଲେ ଦୃଢତା ଓ ସାହସିକତା ସହିତ ପରିସ୍ଥିତିକୁ ସାମ୍ନାକରି ସ୍ୱର୍ଗୀୟ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମୟରେ ପ୍ରଣୀତ ଓଡ଼ିଶା ନିଶା ନିବାରଣ ଆଇନ – ୧୯୫୬ ରେ ଆବଶ୍ୟକ ସଂଶୋଧନ ସହିତ କାର୍ଯ୍ୟକାରୀ କରିବେ ତାହେଲେ ଏହା ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ମଦ ଓ ନିଶା ଦ୍ୱାରା ବିନାଶ ହେଉଥିବା ବିପୁଳ ମାନବ ସମ୍ବଳ ତୁଳନାରେ ଅବକାରୀ ରାଜସ୍ୱ ଆୟ ଅତି ତୁଚ୍ଛ ଓ ନଗନ୍ୟ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories