www.samajalive.in
Wednesday, December 10, 2025
16.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ : ଘଟଣାସ୍ଥଳରୁ ୩ଟି ଖୋକା ଠାବ

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ସ୍ଥଳରୁ ୯ଏମ୍‌ଏମ୍‌ର ୩ଟି ଖୋକା ଠାବ କରିଛି ପୁଲିସ୍ । ଦିଲ୍ଲୀ ବିସ୍ଫୋରଣ ଘଟଣାର ତଦନ୍ତ ବେଳେ ପୁଲିସ୍ କୁ ମିଳିଛି ବଡ଼ ତଥ୍ୟ । ବିସ୍ଫୋରଣ ସ୍ଥଳରୁ ୯ଏମ୍‌ଏମ୍‌ର ୩ଟି ଖୋକା ଜବତ କରିଛି ପୁଲିସ୍ । ସେଥି ମଧ୍ୟରୁ ୨ଟି ଅଫୁଟା ଓ ଗୋଟିଏ ଖାଲି ଖୋକା ଥିବା ପୁଲିସ୍ ସୂଚନା ଦେଇଛି । ୯ଏମ୍‌ଏମ୍ ପିସ୍ତଲ ସାଧାରଣ ଲୋକ ବ୍ୟବହାର କରିବା ପାଇଁ ଅନୁମତି ନାହିଁ । ଘଟଣାସ୍ଥଳରୁ ୯ଏମ୍‌ଏମ ଖୋକା ମିଳିବା ପରେ ଏହା ତଦନ୍ତ ଦିଗରେ ଏକ ବଡ଼ ସୁରାଖ ମିଳିଥିବା କୁହାଯାଉଛି । ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣକୁ ଗୋଟିଏ ସପ୍ତାହ ବିତିଗଲାଣି । ଗତ ସୋମବାର ସନ୍ଧ୍ୟାରେ ଏକ ଧଳା ରଙ୍ଗର ଆଇ-୨୦କାର୍‌ରେ ବିସ୍ଫୋରଣ ଘଟିଥିଲା । ଘଟଣାରେ ଏପର୍ଯ୍ୟନ୍ତ ୧୩ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories