www.samajalive.in
Saturday, December 6, 2025
16.1 C
Bhubaneswar

ଡାକ୍ତରଙ୍କ ଚମତ୍କାର; ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଜରିଆରେ ସୁସ୍ଥ ହେଲେ ଏଚଆଇଭି ପୀଡ଼ିତ

ବ୍ରିଟେନ: ଏଚଆଇଭି ଏଡ୍‌ସ ରୋଗର ନାଁ ଶୁଣିଲେ ରୋଗୀଙ୍କ ମନରେ ଏକପ୍ରକାର ଭୟ ସୃଷ୍ଟି ହୁଏ। ଏହି ରୋଗର ଚିକିତ୍ସା ପାଇଁ ମେଡିକାଲ ବିଜ୍ଞାନରେ କୌଣସି ଔଷଧ ନାହିଁ ବୋଲି ସମସ୍ତେ ଜାଣନ୍ତି। ଏଡ୍‌ସରେ ଆକ୍ରାନ୍ତ ହେଲେ ମୃତ୍ୟୁ ନିଶ୍ଚିତ। କିନ୍ତୁ ବ୍ରିଟେନରେ ଡାକ୍ତରଙ୍କ ଚମତ୍କାର ବଳରେ ଜଣେ ରୋଗୀ ଏଚଆଇଭିରୁ ମୁକ୍ତ ହେବା ସହ ନୂଆ ଜୀବନ ପାଇଛନ୍ତି।

ଡାକ୍ତରଙ୍କ କହିବା ମୁତାବକ, ସମ୍ପୃକ୍ତ ରୋଗୀଙ୍କର ଅସ୍ଥି ମଜ୍ଜା(ବୋନମ୍ୟାରୋ) ପ୍ରତିରୋପଣ କରାଯାଇଥିଲା। ଯେଉଁ ବ୍ୟକ୍ତି ଏହି ଅସ୍ଥିମଜ୍ଜା ଦାନ କରିଥିଲେ ତାଙ୍କଠାରେ କିଛି ବିରଳ ବଂଶାନୁକ୍ରମିକ ଗୁଣ ରହିଥିଲା, ଯାହା ଏଚଆଇଭି ସଂକ୍ରମଣକୁ ଦୂର କରିଥାଏ। ଅସ୍ଥିମଜ୍ଜା ପ୍ରତିରୋପଣ କରାଯିବାର ୩ବର୍ଷ ପରେ ଏବଂ ରୋଗୀଙ୍କୁ ଦିଆଯାଉଥିବା ଆଣ୍ଟିରେଟ୍ରୋଭାଇରାଲ ଔଷଧ ବନ୍ଦ କରାଯିବାର ୧୮ ମାସ ପରେ ତାଙ୍କର ପରୀକ୍ଷାନିରୀକ୍ଷା କରାଯାଇଥିଲା, ଯେଉଁଥିରେ ରୋଗୀଙ୍କଠାରେ ଏଚଆଇଭି ସଂକ୍ରମଣ ଦେଖିବାକୁ ମିଳି ନ ଥିଲା।

- Advertisement -

ଡାକ୍ତରମାନେ ଏହି ସଫଳତା ପାଇବା ପରେ ଆଗାମୀ ଦିନରେ ନିଶ୍ଚୟ ଏଡ୍‌ସ ରୋଗର ସମ୍ପୂର୍ଣ୍ଣ ଚିକିତ୍ସା କରିବାରେ ସକ୍ଷମ ହେବେ ହେବେ ବୋଲି ଆଶାବାଦୀ ଅଛନ୍ତି।

ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମର ସଦସ୍ୟ ରବୀନ୍ଦ୍ର ଗୁପ୍ତା କହିଛନ୍ତି ଯେ, ଏହା ପୂର୍ବରୁ ପ୍ରଥମେ ଆମେରିକାର ଜଣେ ବ୍ୟକ୍ତି ଟିମୋଥି ବ୍ରାଉନଙ୍କର ସଫଳ ଚିକିତ୍ସା ପରେ ସେ ଏଚଆଇଭି ମୁକ୍ତ ହୋଇପାରିଥିଲେ। ୨୦୦୭ରେ ସେ ଜର୍ମାନୀରେ ଚିକିତ୍ସିତ ହୋଇଥିଲେ। ଟିମୋଥିଙ୍କ ପରେ ଏହା ୨ୟ ସଫଳତା। ଏହି ବ୍ୟକ୍ତି ଜଣକ ୨୦୦୩ରେ ଏଚଆଇଭିରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ୨୦୧୨ରେ ସେ ରକ୍ତ କର୍କଟରେ ଆକ୍ରାନ୍ତ ହୋଇଥିଲେ। ୨୦୧୬ରେ ସେ ଅତ୍ୟଧିକ ଅସୁସ୍ଥ ହୋଇଯିବା ପରେ ତାଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ଲାଗି ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ। ସାରା ବିଶ୍ଵରେ ବତ୍ତର୍ମାନ ୩ କୋଟି ୭୦ ଲକ୍ଷ ଲୋକ ଏଚଆଇଭି ଆକ୍ରାନ୍ତ ଅଛନ୍ତି। ୧୯୮୦ରୁ ଏହି ରୋଗ ଦେଖାଦେବା ପରଠାରୁ ଏପର୍ଯ୍ୟନ୍ତ ୩କୋଟି ୫୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories