ମାଲକାନଗିରି/ନବରଙ୍ଗପୁର: ସମ୍ବିଧାନ ବଞ୍ଚାଅ ଦାବିରେ ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତି ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାରେ ଏହାର ଆଶିଂକ ପ୍ରଭାବ ପଡ଼ିଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଏବଂ ନବରଙ୍ଗପୁର ଜିଲାରେ ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ଉଭୟ ଜିଲାରେ ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତି ପକ୍ଷରୁ ବନ୍ଦ ପାଳନ କରାଯାଇଛି। ମଙ୍ଗଳବାର ସକାଳୁ ଜିଲାର ଅଧିକାଂଶ ସ୍ଥାନରେ ଦୋକାନବଜାର ସହିତ ଗାଡ଼ିମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି। ୧୦ ପ୍ରତିଶତ ସବର୍ଣ୍ଣ ଆରକ୍ଷଣ ପ୍ରତ୍ୟାହାର, ସଂଖ୍ୟାଲଘୁଙ୍କ ସୁରକ୍ଷା ଏବଂ ଇଭିଏମରେ ମତଦାନ ବନ୍ଦ ଭଳି ବିଭିନ୍ନ ଦାବି ନେଇ ଏହି ବନ୍ଦ ପାଳନ କରାଯାଉଛି।
ମାଲକାନଗିରି, ନବରଙ୍ଗପୁରରେ ଭାରତ ବନ୍ଦର ପ୍ରଭାବ; ଦୋକାନବଜାର ଓ ଗାଡ଼ିମୋଟର ଚଳାଚଳ ବନ୍ଦ
Popular Categories



