www.samajalive.in
Saturday, December 6, 2025
14.1 C
Bhubaneswar

‘ରୁଚି’ ପ୍ରତିଷ୍ଠାତା ଶରତ ସାହୁଙ୍କ ପରଲୋକ

କଟକ: ଶିଳ୍ପୋଦ୍ୟୋଗୀ ତଥା ରୁଚି ମସଲା କମ୍ପାନୀର ପ୍ରତିଷ୍ଠାତା ଡ.ଶରତ କୁମାର ସାହୁ(୭୬)ଙ୍କର ରବିବାର ମୁମ୍ବଇର ଲୀଳାବତୀ ହସ୍ପିଟାଲରେ ମଧ୍ୟାହ୍ନ ୧୨ଟାରେ ପରଲୋକ ହୋଇଯାଇଛି। ଅସୁସ୍ଥତା କାରଣରୁ ଡ. ସାହୁ ଗତ ଅକ୍ଟୋବର ୩୦ରେ ଲୀଳାବତୀରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ସଙ୍ଗୀତା ସାହୁ, ପୁତ୍ର ଅରବିନ୍ଦ ସାହୁ, କନ୍ୟା ରଶ୍ମୀ ସାହୁ, ପୁତ୍ରବଧୂ ସଲିନା ସାହୁ ଓ ପ୍ରିୟଜନ ଉପସ୍ଥିତ ଥିଲେ। ଡ. ସାହୁଙ୍କ ପରଲୋକ ଖବର ଓଡ଼ିଶାର ଶିଳ୍ପ ଓ ଉଦ୍ୟୋଗ ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡ. ସାହୁଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି। ଆଜି ତାଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବା ପରେ ଶୋଭାଯାତ୍ରାରେ କଟକ କାଜିଢ଼ିହ ବାସଭବନକୁ ନିଆଯିବ। ସେଠାରୁ ମଧୁପାଟଣା ଶିଳ୍ପାଞ୍ଚଳସ୍ଥିତ ରୁଚି ପାସ୍ତା ଭିଲେଜଠାରେ ପୂର୍ବାହ୍ଣ ୧୧ରେ ସମସ୍ତଙ୍କ ଶେଷଦର୍ଶନ ପାଇଁ ରଖାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଯୋଗ୍ୟ, ଡ. ସାହୁ ୧୯୫୦ ଜୁଲାଇ ୨ ରେ କଟକର ରାଣୀହାଟ ତେଲିସାହିରେ ଜନ୍ମଗ୍ରହଣ କରିଥିଲେ । ରାଣୀହାଟ ହାଇସ୍କୁଲରୁ ମାଟ୍ରିକ ପାସ୍‌ ପରେ ଖ୍ରୀଷ୍ଟ କଲେଜରେ ଅଧ୍ୟୟନ କରିଥିଲେ। ସେ ଛାତ୍ର ଜୀବନରେ ଭଲିବଲ୍‌‌ ଓ କବାଡ଼ି ଖେଳାଳୀ ଭାବେ ସୁନାମ ଅର୍ଜନ କରିଥିଲେ। ରାଜ୍ୟ କବାଡ଼ି ଦଳର କ୍ୟାପଟେନ୍‌‌ ରହିଥିଲେ। ସେ ରାଜ୍ୟ କବାଡ଼ି ଆସୋସିଏସନ୍‌‌ର ସଭାପତି ଭାବେ କ୍ରୀଡ଼ାର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ପିତା ବନମାଳୀ ସାହୁଙ୍କ ସହିତ ମିଶି ୧୯୭୬​‌େ​‌ର ମଧୁପାଟଣା ଶିଳ୍ପାଞ୍ଚଳଠାରେ ପ୍ରଥମେ ଓମ୍‌‌ ଅୟେଲ୍‌‌ ଏଣ୍ଡ ଫ୍ଲୋର ମିଲ୍ସ ଲିମିଟେଡ଼୍‌‌ (ରୁଚି ଉଦ୍ୟୋଗ) ପ୍ରତିଷ୍ଠା କରିଥିଲେ।
ପରେ ରାଜ୍ୟସରକାରଙ୍କ ସହଯୋଗରେ ରାମଦାସପୁର ଠାରେ ନୂଆ ମସଲା ଓ ପାସ୍ତା କାରଖାନା ପ୍ରତିଷ୍ଠା କରିଥିଲେ। ଶିଳ୍ପର ବିକାଶ ପାଇଁ ସେ ଶିଳ୍ପୋଦ୍ୟୋଗୀଙ୍କ ସହିତ ମିଶି ଓସ୍‌‌ମେ ଅନୁଷ୍ଠାନ ଗଢ଼ିବା ସହିତ ବିଭିନ୍ନ ଅନୁଷ୍ଠାନର ଶିଳ୍ପ ଉପଦେଷ୍ଟା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଶିଳ୍ପର ବିକାଶ ପାଇଁ ତାଙ୍କୁ ରାଜ୍ୟ ସରକାର ପ୍ରଥମ ସ୍ୱାଭିମାନ ସମ୍ମାନରେ ସମ୍ମାନିତ କରିଥିଲେ। ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରୁ ଅନେକ ପୁରସ୍କାର ଓ ସମ୍ମାନ ଗ୍ରହଣ କରିଛନ୍ତି। ରାଜ୍ୟର ମାଟ୍ରିକ୍‌‌ ଟପ୍ପର, ଶ୍ରେଷ୍ଠ ବିଦ୍ୟାର୍ଥୀ ଓ ପ୍ରତିଭାବାନ ଓଡ଼ିଆମାନଙ୍କୁ ସମ୍ମାନିତ କରିବା ପାଇଁ ଡ. ସାହୁ ପ୍ରତିବର୍ଷ ‘ରୁଚି ପ୍ରତିଭା ସମ୍ମାନ’ ସମାରୋହ ଜରିଆରେ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories