www.samajalive.in
Saturday, December 6, 2025
17.1 C
Bhubaneswar

ରାଜ୍ୟର ପ୍ରଥମ ସେମି କଣ୍ଡକ୍ଟର କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ପ୍ରଥମ ସେମିକଣ୍ଡକ୍ଟର କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।‌ ଇନଫୋଭ୍ୟାଲିରେ ସିକ୍‌ସେମ୍ ପ୍ରାଇଭେଟ୍ ଲିମିଟେଡର ସେମିକଣ୍ଡକ୍ଟର ଫାବ୍ରିକେସନ୍ ୟୁନିଟର ଭୂମିପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ।‌ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସୂଚନା ପ୍ରସାରଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ଭିଡ଼ିଓ କନଫରେନସିକ ଜରିଆରେ ଯୋଡି ହୋଇଥିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ର କ୍ୟାବିନେଟ ଅଗଷ୍ଟ୧୨ ରେ ଓଡ଼ିଶା ପାଇଁ ୪୦୦୯ କୋଟି ଟଙ୍କାର ଦୁଇଟି ପ୍ରମୁଖ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟକୁ ଅନୁମୋଦନ କରିଥିଲେ । ଉଭୟ ପ୍ରକଳ୍ପ‌ କମ୍ପାଉଣ୍ଡ ସେମି କଣ୍ଡକ୍ଟର ଫ୍ୟାବ ଓ ଏ.ଟି.ଏମ୍.ପି କେନ୍ଦ୍ର ଇନଫୋଭ୍ୟାଲିରେ ପ୍ରତିଷ୍ଠା କରାଯିବ ।

ଦୁଇଟି ୟୁନିଟ୍ ସିକ଼୍ସେମ୍ ଏବଂ ୩ଡି ଗ୍ଲାସ୍ ଦ୍ୱାରା ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ୧୦୦୦ ପ୍ରତ୍ୟକ୍ଷ ଓ ୪୦୦୦ ପରୋକ୍ଷ ନିଯୁକ୍ତି ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି । ସିଲିକନ୍ କାର୍ବାଇଡ୍ (SiC) ଡିଭାଇସ୍ ଉତ୍ପାଦନ ପାଇଁ ସିକ୍‌ସେମ୍ ଏହି ପ୍ଲାଣ୍ଟ ସ୍ଥାପନ କରିବ, ଯାହାର ବାର୍ଷିକ କ୍ଷମତା ୬୦,୦୦୦ ୱେଫର୍ ଏବଂ ୯୬ ନିୟୁତ ପ୍ୟାକେଜ୍ ୟୁନିଟ୍ ଅଟେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories