ନୂଆପଡା: ନୂଆପଡା ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ପ୍ରଚାର ମଇଦାନ ସେତେ ସରଗରମ ହେଉଛି । ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ଭୋଟରଙ୍କୁ ଆଣିବା ପାଇଁ ପ୍ରଚାର କରୁଛନ୍ତି । ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ତାଙ୍କ ଧର୍ମ ପତ୍ନୀ ସୁମନ ଢୋଲକିଆ ଖରୀଆର ରୋଡ ସହରରେ ପ୍ରଚାର ମଙ୍ଗ ଧରିଛନ୍ତି। ଆଜି ଖରୀଆର ରୋଡ ସହରରେ ନିଜ ସମର୍ଥକମାନଙ୍କ ଗହଣରେ ପ୍ରଚାର କରିଛନ୍ତି। ତାଙ୍କ ସହ ଖରୀଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ଡ଼ ସୋନିଆ ଜୈନ ଉପାଧ୍ୟକ୍ଷ ନିଶାନ୍ତ ଦାଗା ଏବଂ ନିଜେ ପ୍ରାର୍ଥୀ ଜୟ ଢୋଲକିଆ ବିଭିନ୍ନ ୱାର୍ଡ ୱାର୍ଡ ବୁଲି ପ୍ରଚାର କରିଛନ୍ତି।
Popular Categories



